ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ସ୍ତ୍ରୀଙ୍କ ପ୍ରେମିକଙ୍କ ଦୁଇକାନ କାଟିଦେଲେ ସ୍ବାମୀ

Advertisment

ରାଜସ୍ଥାନର ଯୋଦ୍ଧପୁରରେ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ସ୍ତ୍ରୀ ଭଲପାଉଥିବା ଯୁବକଙ୍କୁ ଗୁଳି କରି ତାଙ୍କ ଦୁଇକାନ କାଟି ଗୁରୁତର ଆହତ କରିଛନ୍ତି ସ୍ବାମୀ।

ରାଜସ୍ଥାନର ଯୋଦ୍ଧପୁରରେ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ସ୍ତ୍ରୀ ଭଲପାଉଥିବା ଯୁବକଙ୍କୁ ଗୁଳି କରି ତାଙ୍କ ଦୁଇକାନ କାଟି ଗୁରୁତର ଆହତ କରିଛନ୍ତି ସ୍ବାମୀ।

tfh

ଯୋଦ୍ଧପୁର: ରାଜସ୍ଥାନର ଯୋଦ୍ଧପୁରରେ ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ହେତୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ସ୍ତ୍ରୀ ଭଲପାଉଥିବା ଯୁବକଙ୍କୁ ଗୁଳି କରି ତାଙ୍କ ଦୁଇକାନ କାଟି ଗୁରୁତର ଆହତ କରିଥିବା ଘଟଣା ସାମ୍ନାକୁ ଆସିଛି। 

ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଏବଂ ପୀଡ଼ିତ ଉଭୟ ଯୋଦ୍ଧପୁରର ବିଲାଡା ଥାନା ଅଞ୍ଚଳର ଲାମ୍ବା ଗାଁର ବାସିନ୍ଦା।    

ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ପ୍ରେମସୁଖଙ୍କ ସ୍ତ୍ରୀଙ୍କର ଉକ୍ତ ଗାଁର ବାସିନ୍ଦା ରମେଶ ଲୋଲଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଏହି ପ୍ରେମ ସମ୍ପର୍କ ଗତ ସାତ ବର୍ଷ ଧରି ଚାଲିଆସିଥିବା ବେଳେ ସ୍ବାମୀଙ୍କୁ ଘଟଣା ବିଷୟରେ କୌଣସି ପ୍ରକାର ସୂଚନା ନଥିଲା। କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନୁହେଁ।  ଯେତେବେଳ ପ୍ରେମସୁଖ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିଥିଲେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚି ଯାଇଥିଲା। 

ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଖବର ପାଇବା ପରେ ଗତବୁଧବାର ବିଳମ୍ବିତ ରାତିରେ ପ୍ରେମସୁଖ ତାଙ୍କ ବନ୍ଧୁମାନଙ୍କ ସହିତ ରମେଶ ଲୋଲଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ପ୍ରେମସୁଖ ରମେଶ ଲୋଲଙ୍କ ଉପରେ ଗୁଳି ଚଳାଇବା ସହିତ ତାଙ୍କ ଦୁଇକାନକୁ କାଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 


ଘଟଣା ବିଷୟରେ ଜାଣିବା ପରେ, ରମେଶଙ୍କ ପରିବାର ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe