ମୋବାଇଲ ପାଇଁ ସ୍ତ୍ରୀଠାରୁ ମାଡ଼ ଖାଇ ଜେଲ ଗଲେ ସ୍ୱାମୀ

ମୋବାଇଲ ପାଇଁ ସ୍ତ୍ରୀଠାରୁ ମାଡ଼ ଖାଇ ଜେଲ ଗଲେ ସ୍ୱାମୀ

ଭୁବନେଶ୍ୱର : ମୋବାଇଲ ଫୋନ ଦାବି କରି ଆଜି ସ୍ତ୍ରୀ ତାଙ୍କ ସ୍ୱାମୀକୁ ମାଡ଼ ମାରିଛି। ଏନେଇ ସ୍ତ୍ରୀ ଓଲଟି ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣାର ତଦନ୍ତ ନକରି ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏ ନେଇ ସାଧାରଣରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାନୁଯାୟୀ ମୋବାଇଲ ଫୋନ୍‌ ଦାବିକରି ସ୍ତ୍ରୀ ତାଙ୍କ ସ୍ୱାମୀକୁ ଗୋଇଠା ଓ ବିଧା ମାରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଇ ଘଟଣା ନେଇ ସ୍ତ୍ରୀ ସ୍ୱାମୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁକରି ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ସ୍ୱାମୀ ତାଙ୍କ ସ୍ତ୍ରୀକୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲା। ତଦନ୍ତରେ ବାଧା ଉପୁଯିବ ବୋଲି ପୁଲିସ ଏହାକୁ ଗୋପନ ରଖିଛି। ସମୟ ଆସିଲେ ଗଣମାଧ୍ୟମରେ ପ୍ରକାଶ କରାଯିବ ବୋଲି କ୍ୟାପିଟାଲ ଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe