ଗ୍ରାହକଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ବାର୍‌ ଡ୍ୟାନସରଙ୍କୁ ମାଡ଼, ୪ ମହିଳା ଅଭିଯୁକ୍ତଙ୍କୁ ଧରିଲା ପୁଲିସ୍‌

Advertisment
ଗ୍ରାହକଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ବାର୍‌ ଡ୍ୟାନସରଙ୍କୁ ମାଡ଼, ୪ ମହିଳା ଅଭିଯୁକ୍ତଙ୍କୁ ଧରିଲା ପୁଲିସ୍‌

www.hindustantimes.com

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଏକ ବାର୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାର୍‌ରେ ନୃତ୍ୟ ପ୍ରଦର୍ଶନ କରୁଥିବା ଜଣେ ମହିଳାଙ୍କୁ ଚାରି ଜଣ ମହିଳାଙ୍କ ସମେତ ସେହି ବାର୍‌ରେ କାମ କରୁଥିବା ଅନ୍ୟ କେତେକ କର୍ମଚାରୀ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତା ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ସେ ଟଙ୍କା ନେଇ ଗ୍ରାହକଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିବାକୁ ମନା କରିବାରୁ ବାର୍‌ରେ କାମ କରୁଥିବା ତାଙ୍କର କେତେକ ସହଯୋଗୀ କର୍ମଚାରୀ ତାଙ୍କ ସହ ଏପରି ଆଚରଣ ପ୍ରଦର୍ଶନ କରିଛନ୍ତି।

publive-image mumbaidreamcity.com

ମହିଳା ଜଣକ କିଛି ମାସ ତଳେ ବାଗୁମପେଟ ଅଞ୍ଚଳରେ ଥିବା ଏକ ପବ୍‌ରେ ନୃତ୍ୟ କରିବାକୁ ଯୋଗ ଦେଇଥିଲେ। ସେ କାମରେ ଯୋଗ ଦେବା ପରେ ମ୍ୟାନେଜମେଣ୍ଟ ପକ୍ଷରୁ ଟଙ୍କା ନେଇ ଗ୍ରାହକଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ମହିଳା ଜଣକ ମନା କରିବାକୁ ମ୍ୟାନେଜମେଣ୍ଟ୍‌ ପକ୍ଷରୁ ତାଙ୍କ ପ୍ରତି ଅତ୍ୟାଚାର ଆରମ୍ଭ ହୋଇ ଯାଇଥିଲା।

ଏହି ମାମଲାକୁ ଭିତ୍ତିକରି ପୁଲିସ୍‌ ୪ ଜଣ ମହିଳାଙ୍କୁ ଧରିବାରେ ସମର୍ଥ ହୋଇଛି। ଏଥିରେ ସାମିଲ୍‌ ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe