Arrest: ବିଳାସ ପାଇଁ ଚୋରି କରୁଥିବା ଭାଇଜାଗ ସଫ୍ଟୱେର ଇଞ୍ଜିନିୟର ଗିରଫ

Advertisment

ହାଇଦ୍ରାବାଦର ଏକ କମ୍ପାନିରେ କାମ କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ୨୬ରୁ ଅଧିକ ଘରୁ ଚୋରି ଅଭିଯୋଗରେ ବିଶାଖାପାଟଣାରେ ଗିରଫ ହୋଇଛି। ଗଜୁୱକା ଥାନା ପୁଲିସ ଅନୁସାରେ ଗିରଫ ସଫ୍ଟୱେର ଇଞ୍ଜିନିୟରର...

ହାଇଦ୍ରାବାଦର ଏକ କମ୍ପାନିରେ କାମ କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ୨୬ରୁ ଅଧିକ ଘରୁ ଚୋରି ଅଭିଯୋଗରେ ବିଶାଖାପାଟଣାରେ ଗିରଫ ହୋଇଛି। ଗଜୁୱକା ଥାନା ପୁଲିସ ଅନୁସାରେ ଗିରଫ ସଫ୍ଟୱେର ଇଞ୍ଜିନିୟରର...

09bbs_70_09022026_112

ହାଇଦ୍ରାବାଦ: ହାଇଦ୍ରାବାଦର ଏକ କମ୍ପାନିରେ କାମ କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ୨୬ରୁ ଅଧିକ ଘରୁ ଚୋରି ଅଭିଯୋଗରେ ବିଶାଖାପାଟଣାରେ ଗିରଫ ହୋଇଛି। ଗଜୁୱକା ଥାନା ପୁଲିସ ଅନୁସାରେ ଗିରଫ ସଫ୍ଟୱେର ଇଞ୍ଜିନିୟରର ବୟସ ୨୭। ତା’ ନାଁ ଅଚି ମହେଶ ରେଡ୍ଡୀ ଓରଫ ସନ୍ନି। ସେ ଅତି ବିଳାସପୂର୍ଣ୍ଣ ଜୀବନ ଜିଉଁଥିଲା। କେବଳ ଦରମା ଟଙ୍କାରେ ଅୟସ କରିହେଉ ନାହିଁ ବୋଲି ସେ ଚୋରି କରୁଥିଲା। ୨୬ଟି ଘରର ସେ ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କା‌ ଚୋରି କରିଥିବା ବିଶାଖାପାଟଣା ପୁଲିସ କମିସନର ଶଙ୍କବ୍ରତ ବାଗଚୀ କହିଛନ୍ତି।

ଗିରଫ ଇଞ୍ଜିନିୟର ଚୋରି ଜିନିଷ ବିକ୍ରି କରି ଏକ ବିଏମ୍‌ଡବ୍ଲ୍ୟୁ କାର୍‌ କିଣିଛି। ବିଶାଖାପାଟଣାରେ ୧ କିଲୋରୁ ଅଧିକ ସୁନା, ୬ କିଲୋରୁ ଅଧିକ ରୁପା ଓ ୪୦,୫୦୦ ନଗଦ ଟଙ୍କା ଚୋରି କରିଥିବା ଅଭିଯୋଗରେ ତା’ ବିରୋଧ‌‌ରେ ୨୬ଟି ମାମଲା ରୁଜୁ ହୋଇଛି। ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିବା ପରେ ତା’ ନିକଟରୁ ୬୯୯ ଗ୍ରାମ୍‌ ସୁନା, ୩.୮ କିଲୋ ରୁପା ଗହଣା ଓ ବିଳାସପୂର୍ଣ୍ଣ କାର୍‌ ଜବତ କରିଛି। ପୁଲିସ ମଧ୍ୟ ବିଶ୍ବାସ କରୁଛି ଯେ, ସେ ଚୋରି ଟଙ୍କାକୁ ବିଦେଶ ଗସ୍ତ ପାଇଁ ବ୍ୟବହାର କରୁଥିଲା।

ଆହୁରି ପଢ଼ନ୍ତୁ: Cricket: ଜିମ୍ବାୱେର ଏକତରଫା ବିଜୟ

ତଦନ୍ତକାରୀ ଦଳ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ‌ଯେ, ସନ୍ନି ହାଇଦ୍ରାବାଦର ଏକ ଆଇଟି କମ୍ପାନିରେ କାମ କରି ବି ଚୋରି କରୁଛି। ସେ କାକିନାଡ଼ା ବାସିନ୍ଦା। କିନ୍ତୁ ବିଶାଖାପାଟଣାର ମାଧବଧର ଅଞ୍ଚଳରେ ରହୁଛି। ପୁଲିସ ଅନୁଯାୟୀ, ସନ୍ନି କିଶୋର ବୟସରୁ ଚୋରି କାର୍ଯ୍ୟରେ ସମ୍ପୃକ୍ତ। ସେ ୧୫ ବର୍ଷ ବୟସରେ ପିଏମ୍‌ ପାଲେମ ଅଞ୍ଚଳରେ ଜଣଙ୍କ ଘରୁ ଚୋରି ଅଭିଯୋଗରେ ବାଳ ସୁଧାର ଗୃହକୁ ଯାଇଥିଲା। ସେ କାକିନାଡ଼ା, ସର୍ପବରମ୍, ରାମଚନ୍ଦ୍ରପୁରମ୍, ଇନ୍ଦ୍ରପଲେମ୍ ଓ ରାଜମହେନ୍ଦ୍ରୀରେ ଚୋରି କରିଛି। ପୂର୍ବରୁ ମଧ୍ୟ ସେ ଅନ୍ୟ ଏକ ଚୋରି ମାମଲାରେ ରାଜମହେନ୍ଦ୍ରୀ ସେଣ୍ଟ୍ରାଲ ଜେଲ୍‌ରେ ୧୪ ମାସ ରହିଛି। ପୁଲିସ ରେକର୍ଡ ଅନୁଯାୟୀ ରାଜ୍ୟ‌ରେ ୬୦ରୁ ଅଧିକ ଚୋରି ମାମଲାରେ ସେ ସମ୍ପୃକ୍ତ। ତା’ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe