ଦୁଇଝିଅଙ୍କର କଲେଜ ଫି ଭରିବା ପାଇଁ ଶାରୀରିକ ସମ୍ପର୍କର ଲାଇଭ ଷ୍ଟ୍ରିମିଂ କରୁଥିଲେ ଦମ୍ପତି

New Project (22)

ହାଇଦ୍ରାବାଦ: ହାଇଦ୍ରାବାଦର ଅମ୍ବରପେଟ ଅନ୍ତର୍ଗତ ମଲିକାର୍ଜୁନ ନଗରରେ ବାସବାସ କରୁଥିବା ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। ଏହି ଦମ୍ପତି ନିଜ ଶାରୀରିକ ସମ୍ପର୍କର ଲାଇଭ ଷ୍ଟ୍ରିମିଂ କରିବା ସହିତ  ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। 

ଦମ୍ପତିଙ୍କ ବିରୋଧରେ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଆଇଟି ଆଇନ ଅନୁସାରେ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚରେ ସାମିଲ ଥିବା ଏକ ସ୍ୱତନ୍ତ୍ର ଟିମ୍‌ ଦମ୍ପତିଙ୍କ ଘରେ ଆକସ୍ମିକ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଦମ୍ପତିଙ୍କ ଘରୁ ଏଚ୍‌ଡି କ୍ୟାମେରା, ରେଡର୍କିଂ ଉପକରଣ  ସମେତ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ଜବତ କରାଯାଇଛି । 

ଗିରଫ ହେବାପରେ ଅଭିଯୁକ୍ତ ଦମ୍ପତି ଇଷ୍ଟ ଜୋନ୍‌ ପୁଲିସ ଟାସ୍କ ଫୋର୍ସ ନିକଟ‌ରେ ନିଜର ଘରର ଆର୍ଥିକ ପରିସ୍ଥିତି ବିଷୟ‌ରେ ବଖାଣି କହିଛନ୍ତି, ‘ସାର ବଡଝିଅ ବି.ଟେକ  ଦ୍ୱିତୀୟ ବର୍ଷରେ ପଢ଼ୁଥିବା ବେଳେ ସାନଝିଅ ନିକଟରେ ଦ୍ୱାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଛି।  ବଡ଼ ଝିଅର କଲେଜ ଫିସ ଭରିବାକୁ ଓ ସାନ ଝିଅର କଲେଜରେ ନାମ ଲେଖାଇବା ପାଇଁ ଆମ ପାଖରେ ଟଙ୍କା ନାହିଁ ।

ତେଣୁ ଜଣେ ବନ୍ଧୁଙ୍କ ସହଯୋଗ କ୍ରମେ ଆମେ ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ ଭିଡିଓ ବ୍ରିକି କରିବା ଆରମ୍ଭ କରିଥିଲୁ । ଯେଉଁଥିରୁ ଭଲ ଦୁଇପଇସା ରୋଜଗାର କରି ପାରୁଥିଲୁ। ଲାଇଭ୍‌ ଷ୍ଟ୍ରିମିଂ ପାଇଁ ୨ ହଜାର ଟଙ୍କା ଏବଂ  ଅଶ୍ଳୀଳ ଭିଡିଓ ପାଇଁ ଆମକୁ ୫୦୦ ଟଙ୍କା ମିଳୁଥିଲା । କାଳେ ଆମକୁ କେହି ଚିହ୍ନି ଯିବେ।ସମାଜର ବାଟ ଚାଲିବାରେ ଅସୁବିଧା ହେବ। ସେଥିପାଇଁ ମୁହଁରେ ମାସ୍କ ଲଗାଉଥିଲୁ ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe