ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୁଲିସ ଚାହୁଁଛି ନାବାଳକ ଅଭିଯୁକ୍ତଙ୍କ ବିଚାର ପ୍ରାପ୍ତବୟସ୍କଙ୍କ ବିଚାର ହିସାବରେ କରାଯାଉ

Advertisment
ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୁଲିସ ଚାହୁଁଛି ନାବାଳକ ଅଭିଯୁକ୍ତଙ୍କ ବିଚାର ପ୍ରାପ୍ତବୟସ୍କଙ୍କ ବିଚାର ହିସାବରେ କରାଯାଉ

Image Courtesy of India Today

ହାଇଦ୍ରାବାଦ: ନାବାଳିକା ଗଣଦୁଷ୍କର୍ମରେ ସମ୍ପୃକ୍ତ ଥିବା ନାବାଳକ ଅଭିଯୁକ୍ତମାନଙ୍କୁ ପ୍ରାପ୍ତବୟସ୍କ ଅଭିଯୁକ୍ତ ବିଚାରି ବିଚାର କରିବା ପାଇଁ ହାଇଦ୍ରାବାଦ ପୁଲିସ ଆବେଦନ କରିବ। କିନ୍ତୁ, ଏହି ଆବେଦନ ଗ୍ରହଣ କରିବା ନ କରିବା ନିଷ୍ପତ୍ତି ‘ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ’ ଉପରେ ନିର୍ଭର କରୁଛି।

ପୁଲିସର ଏ ଭଳି ଇଚ୍ଛା ଥିବା କଥା ହାଇଦ୍ରାବାଦ ପୁଲିସ କମିସନର୍‌ ସି.ଭି. ଆନନ୍ଦ ସୁନିଶ୍ଚିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ସମ୍ପୃକ୍ତ ଥିବା ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ନାବାଳକ। ସେମାନଙ୍କ ମଧ୍ୟରୁ ସମସ୍ତେ ପ୍ରଭାବଶାଳୀ ରାଜନୈତିକ ପରିବାରର ପିଲା। ତେଣୁ, ସେମାନଙ୍କର ‌ଉପସ୍ତରୀୟ ଯୋଗାଯୋଗ ମଧ୍ୟ ଶକ୍ତିଶାଳୀ।

ପ୍ରାପ୍ତବୟସ୍କ ଅଭିଯୁକ୍ତ ଓମାର୍‌ ଖାଁ ହେଉଛନ୍ତି ରାଜନୈତିକ ଯୋଗସୂତ୍ର ଥିବା ବିତ୍ତଶାଳୀ ପରିବାରର ସଦସ୍ୟ ଏବଂ ସାଦୁଦ୍ଦିନ୍‌ ମଲିକ ହେଉଛନ୍ତି ଜଣେ ସ୍ଥାନୀୟ ‘ଟିଆର୍‌ଏସ୍‌’ ନେତାଙ୍କ ପୁଅ।

publive-image Image Courtesy of NDTV

ନାବାଳକ ଅଭିଯୁକ୍ତମାନେ ହେଲେ, ଜଣେ ‘ଟିଆର୍‌ଏସ୍‌’ ନେତାଙ୍କ ପୁଅ, ଜଣେ ‘ଜିଏଚ୍‌ଏମ୍‌ସି’ କର୍ପୋରେଟର୍‌ଙ୍କ ପୁଅ, ସଙ୍ଗରେଡ୍ଡୀର ଜଣେ ‘ଟିଆର୍‌ଏସ୍‌’ କର୍ପୋରେଟର୍‌ଙ୍କ ପୁଅ ଏବଂ ଜଣେ ‘ଏଆଇଏମ୍‌ଆଇଏମ୍‌’ ବିଧାୟକଙ୍କ ପୁଅ ଏବଂ ତାଙ୍କ ଆଧାର କାର୍ଡ ଅନୁସାରେ, ଜୁଲାଇ ୭ ତାରିଖ ଦିନ ତାଙ୍କୁ ୧୮ ବର୍ଷ ହେବ।

ମେ ୨୮ ତାରିଖ ଦିନ ଯେଉଁ କାର୍‌ରେ ଉକ୍ତ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିଲା ତାହା ସରକାରୀ ଗାଡ଼ି ବୋଲି ପଞ୍ଜିକରଣରୁ ଜଣାପଡ଼ିଛି। ତାହାକୁ ୱାକଫ୍‌ ବୋର୍ଡର ଜଣେ ଶୀର୍ଷସ୍ତରୀୟ କାର୍ଯ୍ୟନିର୍ବାହୀ ବ୍ୟବହାର କରୁଥିଲେ। ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଗଣଦୁଷ୍କର୍ମରେ ବ୍ୟବହୃତ ମର୍ସିଡିଜ୍‌ କାର୍‌ଟି ତେଲେଙ୍ଗାନା ବିଧାୟକଙ୍କର। କିନ୍ତୁ, ବିଧାୟକଜଣକ କହିଛନ୍ତି ଯେ, ଅପରାଧ ଘଟିଲା ବେଳେ ଅଭିଯୁକ୍ତ ସେ କାର୍‌ରେ ନ ଥିଲେ।

ଉଭୟ ଗାଡ଼ିକୁ ନାବାଳକମାନ‌େ ଚଳାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe