Image Courtesy of Deccan Herald
ହାଇଦ୍ରାବାଦ: ଗତ ସପ୍ତାହରେ ହାଇଦ୍ରାବାଦର ଜୁବିଲି ହିଲ୍ସ୍ରେ ଜଣେ ୧୭ ବର୍ଷୀୟ ବାଳିକା ସହ ହୋଇଥିବା ଗଣଦୁଷ୍କର୍ମରେ ସମ୍ପୃକ୍ତ ଥିବା ୩ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କଥା ଆଜି ତେଲେଙ୍ଗାନା ପୁଲିସ କହିଛି।
୩ଜଣ ତରୁଣଙ୍କ ସମେତ ଏହି ମାମଲାରେ ସମ୍ପୃକ୍ତ ଥିବା ସମୁଦାୟ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ଜଣଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ନାବାଳକ। ଆଜି ପ୍ରତ୍ୟୁଷରେ ଏହି ମାମଲାରେ ଜଡ଼ିତ ଥିବା ୨ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ପ୍ରଥମ ଅଭିଯୁକ୍ତ ୧୮ ବର୍ଷିୟ ସାଦ୍ଦୁଦିନ୍ ମଲିକଙ୍କୁ ଗତକାଲି ଗିରଫ କରାଯାଇଥିଲା।
Image Courtesy of NDTVସୂଚନାଯୋଗ୍ୟ, ମେ ୨୮ ତାରିଖ ଦିନ ସହରର ପୋସ୍ ଜୁବିଲି ହିଲ୍ସ୍ ଅଞ୍ଚଳରେ ଥିବା ଏକ ପବ୍ରେ ଆୟୋଜିତ ପାର୍ଟିରେ ଯୋଗ ଦେଇ ଘରକୁ ଫେରିବା ବାଟରେ ଗଣଦୁଷ୍କର୍ମର ସରବ୍ୟ ହୋଇଥିଲା ବୋଲି କୁହାଯାଉଛି। ଝିଅର ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି। ତାଙ୍କ ଅଭିଯୋଗକୁ ଭିତ୍ତି କରି ୫ଜଣ ଅଭିଯୁକ୍ତଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି।
‘ସିସିଟିଭି ଫୁଟେଜ୍’ ଏବଂ ପୀଡ଼ିତାଙ୍କ ବୟାନ ଜରିଆରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ପଶ୍ଚିମ ଜୋନ୍ ତେଲେଙ୍ଗାନା ଡେପୁଟି ପୋଲିସ କମିସନର୍ ଜୋଏଲ୍ ଡେଭିସ୍ ସାମ୍ବାଦିକମାନଙ୍କୁ କହିଛନ୍ତି।
ନାବାଳିକାଟି ଅଭିଯୁକ୍ତମାନଙ୍କ ସହିତ ଠିଆ ହୋଇଥିବା ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ସେୟାର୍ ହୋଇଚାଲିଥିବା ଫୁଟେଜ୍ରେ ଦିଶୁଛି। କୁହାଯାଉଛି ଅଭିଯୁକ୍ତ ତରୁଣମାନେ ତାଙ୍କୁ ଘରେ ଛାଡ଼ି ଦେଇ ଆସିବେ ବୋଲି କହିଥିଲେ। ତାଙ୍କୁ ଘରକୁ ନେବା ବାଟରେ ଗୋଟାଏ ନିର୍ଜନ ସ୍ଥାନରେ କାର୍ ରଖି ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିଲା।
Follow Us