ଆତ୍ମହତ୍ୟା କରିବା ପରେ ସୁଇସାଇଡ୍‌ ନୋଟ୍‌ ଲେଖିଲେ କର୍ମଚାରୀ, କେବଳ ନରେନ୍ଦ୍ର ମୋଦି ହିଁ ଦେଶକୁ ବଞ୍ଚାଇ ପାରିବେ

Advertisment
ଆତ୍ମହତ୍ୟା କରିବା ପରେ ସୁଇସାଇଡ୍‌ ନୋଟ୍‌ ଲେଖିଲେ କର୍ମଚାରୀ, କେବଳ ନରେନ୍ଦ୍ର ମୋଦି ହିଁ ଦେଶକୁ ବଞ୍ଚାଇ ପାରିବେ

Times of India

ହାଇଦ୍ରାବାଦ୍‌ : ନୋଏଡାରେ ଥିବା ଜେନ୍‌ପ୍ୟାକ୍ଟ କମ୍ପାନୀର କର୍ମଚାରୀ ଆତ୍ମହତ୍ୟା କରିବା ପରେ ଏବେ ହାଇଦ୍ରାବାଦ୍‌ର ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଉପରିସ୍ଥ ଅଧିକାରୀଙ୍କ ଅସଦାଚରଣକୁ ସହି ନ ପାରି ପୀଡ଼ିତ ଏପରି କରିଥିବା ସୂଚନା ମିଳିଛି । ଅଫିସରେ ଥିବା ନିଜ କେବିନ୍‌ ମଧ୍ୟରେ ପୀଡ଼ିତ ନୁଥାଲାଗାଣ୍ଟି ନରସିଂହ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ମୃତ ଦେହ ପାଖରୁ ଏକ ଚିଠି ମିଳିଥିଲା । ଯେଉଁଥିରେ ସେ ମୋଦିଙ୍କୁ ନେଇ କିଛି କଥା ଲେଖିଥିଲେ ।

publive-image Zee News

ନିଜ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ସେ ଲେଖିଥିବା ଚିଠିରେ କେବଳ ମୋଦି ହିଁ ଦେଶକୁ ବଞ୍ଚାଇ ପାରିବେ ବୋଲି ଉଲ୍ଲେଖ କରିଛନ୍ତି । ଏହା ସହ ଆଗକୁ ସେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ମୋଦିଙ୍କୁ ହିଁ ଦେଖିବାକୁ ଚାହୁଁଥିବା ଲେଖିଛନ୍ତି । ଚିଠି ପାଇବା ପରେ ପୁଲିସ ନରସିଂହଙ୍କ ଉପରିସ୍ଥ ଅଧିକାରୀଙ୍କୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe