ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସପ୍ଟୱେର୍ ଇଞ୍ଜିନିୟର

Advertisment
ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସପ୍ଟୱେର୍ ଇଞ୍ଜିନିୟର

newindianexpress.com

ହାଇଦ୍ରାବାଦ୍: ହାଇଦ୍ରାବାଦରେ ଜଣେ ଯୁବକ ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଯୁବକଜଣଙ୍କ ବିବାହ ମଣ୍ଡପରେ ଏଭଳି ପଦକ୍ଷେପ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ମେଦଚାଲ ଜିଲ୍ଲାର କୋମପାଲିରେ ଘଟିଥିବା ବେଳେ ଯୁବକଙ୍କ ନାଁ ଏନ୍.ଏସ୍ ସନ୍ଦିପ ବୋଲି ଜଣା ପଡ଼ିଛି। ସେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି।

Image result for hyderabad-techie-hangs-self-minutes-before-marriage Kerala Kaumudi

ସୂଚନା ମୁତାବକ, ବିବାହ ମଣ୍ଡପରେ ବରପକ୍ଷ ଓ କନ୍ୟାପକ୍ଷ ଆସି ସାରିଥିଲେ। କନ୍ୟା ରୀତି ନୀତି ଆରମ୍ଭ ହେବାକୁ ଅପେକ୍ଷା କରିଥିବା ବେଳେ ସନ୍ଦିପ ମେକ୍ ଅପ ରୁମରୁ ବାହାରି ନଥିଲେ। ବାରମ୍ବାର ଡ଼ାକିବା ପରେ କବାଟ ନ ଖୋଲିବାରୁ ଘର ଲୋକେ କବାଟ ଭାଙ୍ଗି ଦେଇଥିଲେ। ଯାହା ପରେ ଭିତରେ ସନ୍ଦିପଙ୍କ ଶବ ପଙ୍ଖାରେ ଝୁଲୁଥିବାର ଦେଖି ପୂରା ପରିବାର ସ୍ତବ୍ଧ ହୋଇ ଯାଇଥିଲା। ତେବେ ସନ୍ଦିପଙ୍କ ଏଭଳି ପ‌ଦକ୍ଷେପ ନେବାର କାରଣ ସାମ୍ନାକୁ ଆସି ନଥିବା ବେଳେ ଖବର ପାଇ ତଦନ୍ତ ଆରମ୍ଭ କରିଛି ପୁଲିସ। ସନ୍ଦିପ ବିବାହକୁ ନେଇ ଖୁସି ନଥିଲେ ନା ତାଙ୍କ ଆତ୍ମହତ୍ୟା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ପୁଲିସ ଖୋଜିବା‌ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe