ସ୍ୱାମୀ ସହ ଝଗଡ଼ା ହେବାରୁ ରାଗରେ ପୁଅ-ଝିଅକୁ ବିୟର ବୋତଲରେ ପିଟି ପିଟି ହତ୍ୟା କଲେ ମହିଳା

Advertisment
ସ୍ୱାମୀ ସହ ଝଗଡ଼ା ହେବାରୁ ରାଗରେ ପୁଅ-ଝିଅକୁ ବିୟର ବୋତଲରେ ପିଟି ପିଟି ହତ୍ୟା କଲେ ମହିଳା

Chicago Sun-Times

ହାଇଦ୍ରାବାଦ୍‌ : ସ୍ୱାମୀ ସହ କଳହ ହେବା ପରେ ହାଇଦ୍ରାବାଦର ଜଣେ ମହିଳା ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସମସ୍ତଙ୍କୁ ଚମକାଇ ଦେଇଛି । ସ୍ୱାମୀ ଉପରେ ଥିବା ରାଗକୁ ସୁଝାଇବାକୁ ଯାଇ ନିଜ ଦୁଇ ସନ୍ତାନକୁ ଖାଲି ଥିବା ବିୟର ବୋତଲରେ ପିଟି ପିଟି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସବୁଠାରୁ ବଡ଼ କଥା ହେଲା ମହିଳାଜଣଙ୍କ ଏଭଳି ଅପରାଧ କରିବା ପରେ ବସ ଯୋଗେ ପୁଲିସ ଷ୍ଟେସନ ଯାଇ ଆତ୍ମସମର୍ପଣ କରିଛନ୍ତି ।

publive-image Thailand Law

ପୁଲିସ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ମହିଳାଙ୍କ ନାଁ ସି ସରୋଜା । ସେ ଭାସ୍କର ନାମକ ଟ୍ୟାକ୍ସି ଚାଳକଙ୍କୁ ୭ବର୍ଷ ପୂର୍ବେ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଦୁହିଁଙ୍କ ମଧ୍ୟରେ ସବୁ ବେଳେ କଳହ ଲାଗି ରହୁଥିବାରୁ ସରୋଜା ଶନିବାର ଦିନ ୨ଟାରେ ଏଭଳି ଅପରାଧ କରି ପୁଲିସ ଷ୍ଟେସନରେ ପହଞ୍ଚିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe