ଭୁବନେଶ୍ୱର: ଓଲିଉଡ ଅଭିନେତା ତତ୍ତ୍ୱ ପ୍ରକାଶ ଶତପଥୀ (ପପୁ) କାଷ୍ଟିଂ କାଉଚ ମାମଲାରେ ପୀଡ଼ିତାଙ୍କ ମା’ ମଙ୍ଗଳବାର ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ବୟାନ ଦେଇଛନ୍ତି। ସେ କହିଛନ୍ତି, ଘଟଣା ସମ୍ପର୍କରେ ମୋ ଝିଅ କିଛି କହିନାହିଁ। ଟିଭି ଦେଖି ଘଟଣା ସମ୍ପର୍କରେ ମୁଁ ଜାଣିଲି ବୋଲି ପୀଡ଼ିତାଙ୍କ ମା’ କୋର୍ଟରେ କହିଛନ୍ତି। ସେ କହିଛନ୍ତି, ମୋତେ ନଜଣାଇ ପୁଲିସ ଓ ସିଡବ୍ଲୁସି ଝିଅକୁ ନେଇଥିଲା। ମୋ ବିନା ଅନୁମତିରେ ମୋ ଝିଅକୁ ପୁଲିସ ନେଇଥିଲେ। ପପୁଙ୍କ ସହିତ ମୋର ଭଲ ସମ୍ପର୍କ ଅଛି। ଡିସେମ୍ବର ୧୧ରେ ପୀଡ଼ିତାଙ୍କୁ ହାଜର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ହୋଇଛି।
କାଷ୍ଟିଂ କାଉଚ୍ ମାମଲା: ପୀଡ଼ିତାଙ୍କ ମା’ କହିଲେ, ପପୁଙ୍କ ସହିତ ମୋର ଭଲ ସମ୍ପର୍କ ଅଛି
Advertisment
Follow Us