ଚଣ୍ଡିଗଡ଼: ହରିୟାଣାରେ ୫୯୦ କୋଟି ଟଙ୍କାର ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଠକେଇ ମାମଲାରେ ରାଜ୍ୟ ଭିଜିଲାନ୍ସକୁ ବଡ଼ ସଫଳତା ମିଳିଛି। ଠକେଇ ମାମଲାର ମାଷ୍ଟରମାଇଣ୍ଡ ପୂର୍ବତନ ମ୍ୟାନେଜରଙ୍କ ସମେତ ୪ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରିଭବ ରିଷି, ଅଭୟ କୁମାର, ସ୍ବାତୀ ସିଙ୍ଗଲା ଓ ଅଭିଷେକ ସିଙ୍ଗଲା । ଏମାନଙ୍କ ମଧ୍ୟରେ ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ଅଛନ୍ତି ବୋଲି ଜଣାପଡ଼ିଛି। ଅନ୍ୟ ଦୁଇଜଣ ପାର୍ଟନରସିପ୍ରେ ଏକ ଫାର୍ମ ଚଳାଇଥିଲେ।
ଆହୁରି ପଢ଼ନ୍ତୁ: ପାକିସ୍ତାନୀଙ୍କ ଆକ୍ରମଣ-ଧମକରେ ଜର୍ଜରିତ: ବନ୍ଦ ହେବାକୁ ଯାଉଛି ଲଣ୍ଡନର ୧୬ ବର୍ଷ ପୁରୁଣା ଭାରତୀୟ ରେଷ୍ଟୁରାଣ୍ଟ
ତଦନ୍ତକାରୀମାନେ କହିଛନ୍ତି ଯେ, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ରିଷି ବର୍ତ୍ତମାନ ଚଣ୍ଡିଗଡ଼ର ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି। ସେ ସେଲ୍ ଫାର୍ମ ତିଆରି କରି ବଡ଼ଧରଣ ହେର୍ଫେର୍ ନେଇ ଏହି ଷଡ଼ଯନ୍ତ୍ର ରଚିଥିବା ସନ୍ଦେହ କରାଯାଉଛି। ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ଚଣ୍ଡିଗଡ଼ ଶାଖାରେ ଏହି ଠକେଇ ସାମ୍ନାକୁ ଆସିଥିଲା। ହରିୟାଣା ସରକାରୀ ବିଭାଗ ସହିତ ଜଡିତ ଆକାଉଣ୍ଟରୁ ଅନଧିକୃତ କାରବାର ମାଧ୍ୟମରେ ପ୍ରାୟ ୫୯୦କୋଟି ଟଙ୍କା ସ୍ଥାନାନ୍ତରିତ ହୋଇଥିବା ତଦନ୍ତକାରୀମାନେ ଜାଣିବାକୁ ପାଇଥିଲେ। ସେପ୍ଟେମ୍ବର ୨୦୨୫ରେ ମୁଖ୍ୟମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ୨.୦ ଯୋଜନାରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଥିଲା, ଗୋଟିଏ ଆଇଡିଏଫ୍ସି ଓ ଅନ୍ୟଟି ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ଖୋଲା ଯାଇଥିଲା। ଏଥିରେ ଯଥାକ୍ରମେ ୫୦ କୋଟି ଓ ୨୫ କୋଟି ଟଙ୍କା ଜମା କରାଯାଇଥିଲା। ସରକାରୀ ସ୍ବୀକୃତି ନ ମିଳିବା ପର୍ଯ୍ୟନ୍ତ ଏହି ଅର୍ଥରେ ହାତ ନ ମାରିବାକୁ ନିର୍ଦ୍ଦେଶ ଥିଲା। ତେବେ ଜାନୁଆରିରେ କର୍ତ୍ତୃପକ୍ଷ ଆକାଉଣ୍ଟ ଦୁଇଟିକୁ ବନ୍ଦ କରି ଅନ୍ୟ ବ୍ୟାଙ୍କକୁ ଟଙ୍କା ସୁଧ ଅର୍ଥ ସହିତ ଟ୍ରାନ୍ସଫର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏୟୁ ସ୍ମଲ ଫାଇନାନ୍ସ ୨୫.୪୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ ମଧ୍ୟ ଆଇଡିଏଫସି ୫୦ କୋଟି ଟଙ୍କା ବଦଳରେ ମାତ୍ର ୧.୨୭ କୋଟି ଟଙ୍କା ଟ୍ରାନ୍ସଫର କରିଥିଲା। ବ୍ୟାଙ୍କର କିଛି କର୍ମଚାରୀ ଠକେଇ କରି ସରକାରୀ ଖାତାରୁ ୫୮୩ କୋଟି ଟଙ୍କା ଟ୍ରାନ୍ସଫର କରିନେଇଥିବା ଜଣାପଡ଼ିବା ପରେ ବ୍ୟାଙ୍କ ମାତ୍ର ୨୪ ଘଣ୍ଟା ମଧ୍ୟରେ ହରିୟାଣା ସରକାରଙ୍କୁ ସେହି ଟଙ୍କା ଫେରସ୍ତ କରିଥିଲା। ତେବେ ହରିୟାଣାରେ ବିରୋଧୀ ଦଳ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରୁଛନ୍ତି। ଅନ୍ୟପକ୍ଷରେ ହରିୟାଣା ସରକାର ବିବାଦୀୟ ବ୍ୟାଙ୍କ ଦୁଇଟିକୁ ଏହାର ସରକାରୀ ବିଜନେସ ପାନେଲରୁ ହଟେଇ ଦେଇଛି।
ଆହୁରି ପଢ଼ନ୍ତୁ: ୨୫ ଲକ୍ଷ ପୁରସ୍କାର ଘୋଷିତ ୨ମାଓବାଦୀ ଛାଡ଼ିଲେ ଅସ୍ତ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/25/1606691-fraud-2026-02-25-17-31-14.webp)