ମାଲକାନଗିରି: ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲା ପୁଲିସ ନିକଟରେ ଆଜି ଦୁଇ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଡିଭିଜନାଲ କମିଟି ମେମ୍ବର କମଲେଶ ଏବଂ ପାର୍ଟି ସଦସ୍ୟା ରାନୁ ପଡିଆମି। କମଲେଶ ଏକେ-୪୭ ବନ୍ଧୁକ ସହ କାଂକେଲ ଜିଲ୍ଲାର ଛୋଟେବେଠିଆ ବିଏସ୍‌ଏଫ୍‌ କ୍ୟାମ୍ପରେ ପ୍ରଥମେ ଆତ୍ମସମର୍ପଣ କରିଥିଲା। ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ନିଖିଲ ଆଖେଚା, ବିଏସଏଫ କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ଦୁଇ ନକ୍ସଲ ଆତ୍ମସମର୍ପଣ କରିଥିଲେ। 

Advertisment

କମଲେଶ ନାମରେ ସରକାର ୨୦ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିବା ବେଳେ ରାନୁ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ଦୁଇ ଜଣଙ୍କୁ ସରକାରଙ୍କ ତରଫରୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ପରେ ଦୁହିଁକୁ ଆତ୍ମନିର୍ଭରଶୀଳ ପାଇଁ ତାଲିମ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: Police-Maoist: ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ମାଓ ଶିବିର ଧ୍ବଂସ:୨ ମାଓବାଦୀ ନିହତ

ଲଗାତାର ସଂଗଠନ ଛାଡି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେଲେଣି। ସରକାରଙ୍କ ଟାର୍ଗେଟ ସମୟ ଯେତେ ପାଖେଇ ଆସୁଛି ନକ୍ସଲ ସେତେ ଜଂଗଲରୁ ବାହାରି ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ବସ୍ତର ରେଂଜରେ ଗତ ୨୪ ମାସ ମଧ୍ୟରେ ୨୪୦୦ରୁ ଉର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାପଡିଛି।