ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସରକାରଙ୍କ ନକ୍ସଲଙ୍କ ଦମନ ନେଇ ଟାର୍ଗେଟ ଯେତେ ପାଖେଇ ଆସୁଛି। ନକ୍ସଲ ସଂଗଠନରେ ସେତେ ହଲଚଲ ସୃଷ୍ଟି ହୋଇଛି। ଲଗାତାର ସଂଗଠନର ଶୀର୍ଷ ନେତୃତ୍ବମାନେ ମୁଖ୍ୟ ଧାରାରେ ସାମିଲ ହେଉଥିବା ବେଳେ ଏବେ ଆଉ କିଛି ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ପାଇଁ ଛତିଶଗଡର ସରକାରଙ୍କ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ପତ୍ର ଲେଖିଛନ୍ତି।
ଓଡିଶା ରାଜ୍ୟ କମିଟିର ବିବିଏମ(ବଲାଙ୍ଗୀର, ବରଗଡ଼ ଓ ମହାସମୁଦ)ସଂଗଠନର ମାଓବାଦୀମାନେ ବିଜୟ ଶର୍ମାଙ୍କୁ ପତ୍ର ଲେଖି ସେମାନେ ଆତ୍ମସମର୍ପଣ କରିବାକୁ ଚାହୁଁଥିବା କହିଛନ୍ତି। ବନ୍ଧୁକ ଧରି ଜନଯୁଦ୍ଧ କରିବା ଅସମ୍ଭବ। ତେଣୁ ଆତ୍ମସମର୍ପଣ କରି ଜନତାଙ୍କ ସହ ରହି ଲଢେଇ କରିବା ହିଁ ଠିକ ପଦକ୍ଷେପ ହେବ ବୋଲି ସେମାନେ କହିଛନ୍ତି। ଆମେ ଆତ୍ମସମର୍ପଣ କଲେ ଆମକୁ ସୁରକ୍ଷା ପ୍ରଦାନ କରାଯାଉ।
ଏ ସଂପର୍କରେ ଆପଣ ରେଡିଓରେ ନିଜ ବକ୍ତବ୍ୟ ରଖନ୍ତୁ। ଯାହା ଆମେ ଶୁଣିବା ପରେ ଆସନ୍ତା ମାର୍ଚ୍ଚ ୧ କିମ୍ବା ୨ ସୁଦ୍ଧା ଆମେ ଜଂଗଲ ଛାଡି ଓଡିଶା କିମ୍ବା ଛତିଶଗଡରେ ଆତ୍ମସମର୍ପଣ କରିବୁ। ଆମକୁ ଜଂଗଲରୁ ବାହାରିବାକୁ ପ୍ରାୟ ଏକ ସପ୍ତାହ ଲାଗିବ। ଆମେ ଏତେ ଦିନ ନେବାର କାରଣ ହେଲା ଆମେ ସଂଗଠନର କେନ୍ଦ୍ରୀୟ କମିଟି ମେମ୍ବରମାନଙ୍କ ନିର୍ଦେଶକୁ ଅପେକ୍ଷା କରି ରହିଥିଲୁ। ସଂଗଠନର ସମସ୍ତେ ଅସ୍ତ୍ର ଛାଡି ମୁଖ୍ୟସ୍ରୋତରେ ସାମିଲ ନେଇ କୌଣସି ସୂଚନା ମିଳୁନଥିବାରୁ ଆମ ଡିଭିଜନ କିନ୍ତୁ ସଂଗଠନ ଛାଡିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇସାରିଛୁ।
ଆମେ ମାର୍ଚ୍ଚ ୧୫ ଭିତରେ ଆତ୍ମସମର୍ପଣ ନେଇ ପ୍ରୟାସ ଆରମ୍ଭ କରିଥିଲୁ। କିନ୍ତୁ ଆପଣଙ୍କ ଅପିଲ ବାରମ୍ବାର ଆସିବା ପରେ ଆମେ ତୁରନ୍ତ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ହୋଇଛୁ। ଆପଣମାନେ ଯେମିତି କହିବେ ଆମେ ସେମିତି କରିବୁ। ଆମେ ଛତିଶଗଡରେ ହିଁ ଆତ୍ମସମର୍ପଣ କରିବୁ ବୋଲି ନିଷ୍ପତ୍ତି ନେଇଛୁ। ଆମର ଅଭିଯୋଗ ହେଲା ଯେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ କାହିଁକି ଘରକୁ ପଠାଯାଉ ନାହିଁ। ସେମାନଙ୍କୁ କାହିଁକି ବ୍ୟାରେକରେ ରଖାଯାଉଛି। ଆମକୁ ଆତ୍ମସମର୍ପଣ ପରେ କିନ୍ତୁ ଜେଲରେ ଭର୍ତ୍ତି କରିବ ନାହିଁ ତ ବୋଲି ପ୍ରଶ୍ନ କରିଛି ସଂଗଠନ। ଗଣମାଧ୍ୟମରେ ଆତ୍ମସମର୍ପଣ କରିବାକୁ ସୂଚନା ପ୍ରଦାନ ପରେ ଏମଏମସି ସଂଗଠନ ଉପରେ କାହିଁକି ଗୁଳି ବର୍ଷଣ କରାଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆମେ ୧୫ ଜଣ ଜଂଗଲରୁ ବାହାରି ସାରିଛୁ। କିଛି ନକ୍ସଲ ଆଗରେ ରହିଛନ୍ତି ଏବଂ କିଛି ନକ୍ସଲ ରୋଗାଗ୍ରସ୍ତ ନକ୍ସଲଙ୍କୁ ନେଇ ଧିରେ ଧିରେ ଆସୁଛନ୍ତି। ଆମେ ୧ ତାରିଖ ସୁଦ୍ଧା ଛତିଶଗଡ ସରକାରଙ୍କ ସହ ସଂପର୍କରେ ଆସିବୁ।
ଆହୁରି ପଢ଼ନ୍ତୁ: Naxal ACM ଗାଈ ଚରାଳିରୁ ନକ୍ସଲ ଏସିଏମ, ବାଟ ହୁଡ଼ିଥିବା ପୁଅର ଜୀବନ ରକ୍ଷା ପାଇଁ ବୃଦ୍ଧ ପିତାମାତାଙ୍କ ନିବେଦନ
ଆପଣମାନେ ସବୁଜ ସଙ୍କେତ ଦେଖାଇଲେ ଆତ୍ମସମର୍ପଣ କରିବୁ। ତେବେ ଏହା ପୂର୍ବରୁ ଓଡିଶାର ବରଗଡ ଏବଂ ବଲାଙ୍ଗିର ପୁଲିସକୁ କୁମ୍ବିଂ ନକରିବା ପାଇଁ ନିର୍ଦେଶ ଦିଆଯାଉ। ଯଦି ପୁଲିସକୁ ଦେଖି ନକ୍ସଲମାନେ ଏପଟେ ସେପଟେ ଚାଲିଯିବେ। ପୁଣି ତାଂକୁ ଖୋଜିବା ମୁସକିଲ ହେବ। ତିନୋଟି ଜିଲ୍ଲାରେ ପୁଲିସର ଗତିବିଧି କମାଯାଉ। ସଂଗଠନର ବହୁ ନକ୍ସଲ ଏବେ ଆତ୍ମସମର୍ପଣ କରିବେ,କିନ୍ତୁ କିଛି ନକ୍ସଲ ଏବେ ବି ସଂଗଠନର ଲକ୍ଷ୍ୟକୁ ନେଇ ଅଡି ବସିଛନ୍ତି। ତେବେ ସଂଗଠନ ପକ୍ଷରୁ ସରକାରଙ୍କୁ କିଛି ପ୍ରସ୍ତାବ ମଧ୍ୟ ଦିଆଯାଇଛି। କୁହାଯାଇଛି ଯେ ନକ୍ସଲମାନେ ଆତ୍ମସମର୍ପଣ କରିବା ପରେ ସେମାନେ ସମ୍ବିଧାନର ନିୟମ ଅନୁଯାୟୀ ଚଳିବେ ଏବଂ ଆଗାମୀ ଦିନରେ ଏକ ପାର୍ଟି କରିବେ। ତାକୁ ସରକାର ଗ୍ରହଣ କରିବା ଉଚିତ। ଜେଲରେ ଭର୍ତ୍ତି ହୋଇଥିବା ମାଓବାଦୀଙ୍କୁ ତୁରନ୍ତ ମୁକ୍ତ କରାଯାଉ। ତେବେ ଏସବୁ ଜିନିଷ ରେଡିଓରେ ଆପଣଙ୍କ ମୁହଁରୁ ଶୁଣିବାକୁ ଚାହୁଁଛୁ ବୋଲି ଓଡିଶା ରାଜ୍ୟ କମିଟିର ସଚିବ ନକ୍ସଲ ନେତା ବିକାଶ ଚିଠିରେ ଉଲ୍ଲେଖ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/24/untitled-29jpg-2026-02-24-20-02-43.jpeg)