ରାୟଗଡ଼ା/କାଶିପୁର: ୧୫ ବର୍ଷ ପୂର୍ବେ ଗାଈଗୋରୁ ଚରାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଉଛି କହି ଘରୁ ଗୋଡ଼ କାଢ଼ିଥିଲେ ନାବାଳକ ସର୍ବେଶ। ଏହା ପର ଠାରୁ ପରିବାର ନିକଟରେ ସର୍ବେଶ ସଂପର୍କରେ କୌଣସି ସୂଚନା ନାହିଁ । କିନ୍ତୁ ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସୂଚନାରୁ ପରିବାର ଜାଣିଲେ ଯେ ସର୍ବେଶ ନକ୍ସଲ ସଂଗଠନରେ ସାମିଲ ହୋଇଛି ବୋଲି। କିନ୍ତୁ ଦୀର୍ଘ ବର୍ଷ ହେଲା ତାର ଖୋଜ ଖବର ନାହିଁ। ପୁଅକୁ ପୁଲିସ ଖୋଜୁଥିବାର ଜାଣିବା ପରେ ସେ କୌଣସି ଭୁଲ ରାସ୍ତାରେ ଯାଇ ଥିବାର ଜାଣି ପାରିଛୁ ବୋଲି ସର୍ବେଶଙ୍କ ବାପା ଶ୍ୟାମ ମାଝୀ ପ୍ରକାଶ କରିଛନ୍ତି । ହେଲେ ସେ ଭୁଲ ରାସ୍ତା ଛାଡ଼ି ଘରକୁ ନିଶ୍ଚୟ ଫେରି ଆସିବ ବୋଲି ଆମର ଦୃଢ଼ ବିଶ୍ୱାସ ରହିଛି ଏବଂ ସରକାର ପୁଅର ଜୀବନ ରକ୍ଷା କରନ୍ତୁ ବୋଲି ନେହୁରା ହୋଇ କାଶୀପୁର ବ୍ଲକ ପଞ୍ଚାଳି ଗ୍ରାମରେ ରହୁଥିବା ବୃଦ୍ଧ ପିତାମାତା ।
ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଶ୍ୟାମ ମାଝୀଙ୍କ ଚାରି ପୁଅ ମଧ୍ୟରୁ ସାନ ପୁଅର ନାଁ ହେଉଛି ସର୍ବେ ଓରଫ ସର୍ବେଶ ମାଝୀ । ଏକ ଦଶନ୍ଧି ପୂର୍ବରୁ କାଶୀପୁରର ବିଭିନ୍ନ ଅଞ୍ଚଳରେ ଏବଂ ପଞ୍ଚାଳି ନିକଟ ବାରିଗାଁ ଅଞ୍ଚଳରେ ନକ୍ସଲଙ୍କ ଗତି ବିଧି ବହୁମାତ୍ରାରେ ରହିଥିଲା । ଗାଁରେ ବୈଠକ କରି ଅଧିକାର ପାଇଁ ବନ୍ଧୁକ ଧରିବାକୁ ଯୁବକ ଯୁବତୀଙ୍କୁ ପ୍ରବର୍ତ୍ତାଉ ଥିଲେ । ଏଥିରେ ପ୍ରଭାବିତ ହୋଇ ସର୍ବେଶ ଘର ଛାଡ଼ି ଥିବାର ଜଣାପଡିଛି ।
ପିତା ଶ୍ୟାମ ମାଝୀଙ୍କୁ ପୁଅ ସର୍ବେଶ ବିଷୟରେ ପଚାରିବାରୁ ଆଜକୁ ୧୫/୧୬ ବର୍ଷ ହେଲା ତାର ଖୋଜ ଖବର ନାହିଁ । କେଉଁଠି ରହିଛି ତାହା ମଧ୍ୟ ଜାଣିନୁ । ପୁଅକୁ ଦେଖିବା ପାଇଁ ବ୍ୟାକୁଳ ଲାଗୁଛି । ସରକାର ଏବଂ ପୁଲିସ ପୁଅକୁ ଫେରି ଆସିବା ଦିଗରେ ସାହାଯ୍ୟ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ସର୍ବେଶ୍ୱରଙ୍କ ପରିବାର। ବାପା ଏବେ ବୃଦ୍ଧ ହୋଇଯାଇଛନ୍ତି ଏବଂ ମା ନିଲାଇ ମାଝୀଙ୍କ ଆଖିକୁ ଠିକରେ ଦେଖା ଯାଉନାହିଁ ।
ଆହୁରି ପଢ଼ନ୍ତୁ: Dharmendra Pradhan: ଓଡ଼ିଶାର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ହେବ: ଧର୍ମେନ୍ଦ୍ର
ଆତ୍ମସମର୍ପଣ କରିବାକୁ ସର୍ବେଶଙ୍କୁ ନିବେଦନ
ସୂଚନାରୁ ଜଣାପଡିଛି ସରକାରଙ୍କ ଦ୍ବାରା ବେଆଇନ ହୋଇଥିବା ନକ୍ସଲ ସଂଗଠନରେ ସର୍ବେଶ ଓରଫ ମଙ୍ଗୁ ଏସିଏମ କ୍ୟାଡରରେ କାର୍ଯ୍ୟ କରୁଛନ୍ତି । ସେ କଳାହାଣ୍ଡି ଜିଲ୍ଲାର କୁନି ମାଝୀଙ୍କୁ ବିବାହ କରିଥିବା ମଧ୍ୟ କୁହାଯାଉଛି। କୁନି ମଧ୍ୟ ନକ୍ସଲ ସଂଗଠନରେ ପାର୍ଟି ମେମ୍ବର ରୂପେ କାର୍ଯ୍ୟ କରୁଛି। ସର୍ବେଶ ଓ କୁନି କେକେବିଏନ ୮ମ କମ୍ପାନୀର ସଦସ୍ୟ ରୂପେ କାର୍ଯ୍ୟ କରୁଛନ୍ତି । ଉଭୟ ବାଘୁନା ଡିଭିଜନ ସହ ମଧ୍ୟ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ନିକଟରେ ନିଖିଲ, ଇନ୍ଦୁ ସମେତ ୧୫ ଜଣ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାରୁ ସର୍ବେଶ ମଧ୍ୟ ଏହି ରାସ୍ତାରେ ସାମିଲ ହେବା ପାଇଁ ତାଙ୍କ ବାଲ୍ୟ ବନ୍ଧୁ ନିବେଦନ କରିଛନ୍ତି।
ଆହୁରି ପଢ଼ନ୍ତୁ: Super 8 match from Saturday: ଶନିବାରଠୁ ସୁପର-୮ ମୁକାବିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/21/untitled-2026-02-21-09-16-04.png)