ଭୁବନେଶ୍ବର: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଶନିବାରଠୁ ଏହି ପ୍ରତିଯୋଗିତାର ମୁଖ୍ୟ ଲଢ଼େଇ ସୁପର-୮ ପର୍ଯ୍ୟାୟ ଆରମ୍ଭ ହେବ। ୨୦ଦଳୀୟ ନେଇ ଆୟୋଜିତ ଏହି ବିଶ୍ବକପ୍‌ରୁ ପୂର୍ବ ବିଜେତା ଅଷ୍ଟ୍ରେଲିଆ ସହ ୧୨ ଦଳ ବିଦାୟ ନେଇଥିଲା ବେଳେ ୪ ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ଲେଖାଏଁ ସୁପର-୮ ପ୍ରର୍ଯ୍ୟାୟକୁ ଉନ୍ନତି ହୋଇଛନ୍ତି। ସୁପର-୮ ପର୍ଯ୍ୟାୟରେ ୨ଟି ଗ୍ରୁପ୍‌ରେ ୮ ଦଳ ରହିଛନ୍ତି। ଗ୍ରୁପ୍‌-୧ରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ଏବଂ ଗ୍ରୁପ୍‌-୨ରେ ପାକିସ୍ତାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଓ ଶ୍ରୀଲଙ୍କା ରହିଛନ୍ତି। ଏହି ପର୍ଯ୍ୟାୟରେ ନିଜ ନିଜ ଗ୍ରୁପ୍‌ରେ ପ୍ରତିଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। 

Advertisment

ଆହୁରି ପଢନ୍ତୁ: Budget 2026-27: ସୁଭଦ୍ରା ଯୋଜନା ପାଇଁ ୧୦,୧୪୫ କୋଟି ବଜେଟ୍‌

ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ଲେଖାଏଁ ସେମିଫାଇନାଲ୍‌ରେ ପହଞ୍ଚିବେ।ଲିଗ୍‌ ପର୍ଯ୍ୟାୟରେ ଗ୍ରୁପ୍‌-ଏ’ରୁ ଭାରତ ଅପରାଜେୟ ଭାବେ ସୁପର-୮କୁ ଯାଇଥିଲା ବେଳେ ଏବେ ଟ୍ରଫି ଦାବିଦାରେ ପ୍ରଥମ ସ୍ଥାନରେ ରହିଛି। ଏହି ଗ୍ରୁପ୍‌ରୁ ଦ୍ବିତୀୟ ଦଳ ଭାବେ ସୁପର-୮ରେ ପହଞ୍ଚିଛି ପାକିସ୍ତାନ। ଗ୍ରୁପ୍‌-ବି’ରୁ ଜିମ୍ବାୱେ ଓ ସହଆୟୋଜକ ଶ୍ରୀଲଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଜାଏଣ୍ଟ କିଲର ଜିମ୍ବାୱେ ନିଜଠୁ ଉଚ୍ଚ ମାନ୍ୟତା ବିଶ୍ବର ଦୁଇ ଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ମାତ୍‌ ଦେଇ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଶୀର୍ଷରେ ରହିଛି। ଏହି ଦଳ ମଧ୍ୟ ପୂର୍ବ ବିଶ୍ବବିଜେତା ଅଷ୍ଟ୍ରେଲିଆକୁ ପ୍ରତିଯୋଗିତାରୁ ବିଦାୟ କରିବାରେ ପ୍ରମୁଖ ଭୂମିକା ନେଇଥିଲା। ସୁପର-୮ରେ ମଧ୍ୟ ଜିମ୍ବାୱେ କିଛି ଓଲଟପାଲଟ କରିବା ଆଶାରେ ରହିଛି। ଗ୍ରୁପ୍‌-ସି’ରୁ ୱେଷ୍ଟଇଣ୍ଡିଜ (ପ୍ରଥମ) ଓ ଇଂଲଣ୍ଡ (ଦ୍ବିତୀୟ) ଏବଂ ଦକ୍ଷିଣ ଆଫ୍ରିକା (ପ୍ରଥମ) ଓ ନ୍ୟୁଜିଲାଣ୍ଡ (ଦ୍ବିତୀୟ) ସୁପର-୮ରେ ପହଞ୍ଚିଛନ୍ତି।

ଆହୁରି ପଢନ୍ତୁ:Odisha Budget: ୨ ଘଣ୍ଟାର ଭାଷଣ, ଚଳିତ ବଜେଟରେ ବି ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେଲେ ମୋହନ ସରକାର... 

ସୁପର-୮ ପର୍ଯ୍ୟାୟର ପ୍ରଥମ ଦିନ ଶନିବାର ଗୋଟିଏ ମ୍ୟାଚ୍‌ ଖେଳାଯିବ। ରାତି ୭ଟାରେ କଳମ୍ବୋରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମୁହଁମୁହିଁ ହେବେ। ରବିବାର ପ୍ରଥମ ମ୍ୟାଚ୍‌ କଲମ୍ବୋରେ ସହ ଆୟୋଜକ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଅପରାହ୍‌ଣ ୩ଟାରେ ଖେଳାଯିବ। ଏହାପରେ ଅହମଦାବାଦରେ ରାତି ୭ଟାରେ ଆ‌ୟୋଜକ ଭାରତ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ।
ସୁପର-୮ ସୂଚୀ

ତାରିଖ ମ୍ୟାଚ୍‌ ସ୍ଥାନ ସମୟ
ଫେବ୍ରୁଆରି ୨୧ ନ୍ୟୁଜିଲାଣ୍ଡ-ପାକିସ୍ତାନ କଲମ୍ବୋ ରାତି ୭ଟା
ଫେବ୍ରୁଆରି ୨୨ ଇଂଲଣ୍ଡ-ଶ୍ରୀଲଙ୍କା ପାଲେକେଲ୍‌ ଅପରାହ୍‌ଣ ୩ଟା

ଫେବ୍ରୁଆରି ୨୨ ଭାରତ-ଦକ୍ଷିଣ ଆଫ୍ରିକା ଅହମଦାବାଦ ରାତି ୭ଟା
ଫେବ୍ରୁଆରି ୨୩ ଜିମ୍ବାୱେ-ୱେଷ୍ଟଇଣ୍ଡିଜ୍‌ ମୁମ୍ବାଇ ରାତି ୭ଟା
ଫେବ୍ରୁଆରି ୨୪ ଇଂଲଣ୍ଡ-ପାକିସ୍ତାନ ପାଲେକେଲ୍‌ ରାତି ୭ଟା

ଫେବ୍ରୁଆରି ୨୫ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା କଲମ୍ବୋ ରାତି ୭ଟା
ଫେବ୍ରୁଆରି ୨୬ ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ୍‌ ଅହମଦାବାଦ ଅପରାହ୍‌ଣ ୩ଟା

ଫେବ୍ରୁଆରି ୨୬ ଭାରତ-ଜିମ୍ବାୱେ ଚେନ୍ନାଇ ରାତି ୭ଟା
ଫେବ୍ରୁଆରି ୨୭ ଇଂଲଣ୍ଡ-ନ୍ୟୁଜିଲାଣ୍ଡ କଲମ୍ବୋ ରାତି ୭ଟା

ଫେବ୍ରୁଆରି ୨୮ ପାକିସ୍ତାନ-ଶ୍ରୀଲଙ୍କା ପାଲେକେଲ୍‌ ରାତି ୭ଟା
ମାର୍ଚ୍ଚ ୧ ଜିମ୍ବାୱେ-ଦକ୍ଷିଣ ଆଫ୍ରିକା ଦିଲ୍ଲୀ ଅପରାହ୍‌ଣ ୩ଟା

ମାର୍ଚ୍ଚ ୧ ଭାରତ-ୱେଷ୍ଟଇଣ୍ଡିଜ୍ କୋଲକାତା ରାତି ୭ଟା
ମାର୍ଚ୍ଚ ୪ ପ୍ରଥମ ସେମିଫାଇନାଲ କଲମ୍ବୋ/କୋଲକାତା ରାତି ୭ଟା

ମାର୍ଚ୍ଚ ୫ ଦ୍ବିତୀୟ ସେମିଫାଇନାଲ ମୁମ୍ବାଇ ରାତି ୭ଟା
ମାର୍ଚ୍ଚ ୮ ମେଗା ଫାଇନାଲ୍‌ ଅହମଦାବାଦ/କଲମ୍ବୋ ରାତି ୭ଟା