ଭୁବନେଶ୍ବର: ଓଡ଼ିଶାର ମହିଳା ଓ ଶିଶୁମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବଜେଟ୍ ୨୦୨୬-୨୭ରେ ଏକ ବୃହତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କହିଛନ୍ତି। ରାଜ୍ୟ ସରକାର ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି। 

Advertisment

ଆଗାମୀ ଆଥିର୍କ ବର୍ଷର ବଜେଟ୍‌ ଉପସ୍ଥାପନ କରିବା ଅବସରରେ ସେ ଗୃହରେ କହିଛନ୍ତି, ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ସମ୍ମାନଜନକ ଜୀବନଧାରଣ ପାଇଁ ବିପୁଳ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଏହା ସହିତ ଗର୍ଭବତୀ ମହିଳା, କିଶୋରୀ ଓ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବା ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବା ସହ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ରୂପାନ୍ତରଣ ଓ ଶିଶୁମାନଙ୍କ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ପାଇଁ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରାଯାଇଛି। ମା’ ଓ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମହିଳାଙ୍କ ସଶକ୍ତିକରଣ ମାଧ୍ୟମରେ ଏକ ସୁଦୃଢ଼ ଓ ସମୃଦ୍ଧ ସମାଜ ଗଠନ କରିବା ଏହି ବଜେଟ୍‌ର ମୂଳ ଲକ୍ଷ୍ୟ।

ଆହୁରି ପଢ଼ନ୍ତୁ: Odisha Budget 2026-27: ମୋହନଙ୍କ ମୁଣିରେ ୧୬ ନୂଆ ଯୋଜନା: ବଜେଟ୍ ଉପସ୍ଥାପନ ବେଳେ କଲେ ଘୋଷଣା

  • ସୁଭଦ୍ରା ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା
  • ଆଇସିଡିଏସ୍‌କୁ ରାଜ୍ୟ ସରକାରଙ୍କ ୧,୨୮୦ କୋଟି ଟଙ୍କା
  • ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି ଟଙ୍କା
  • ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୫୫୨ କୋଟି ଟଙ୍କା
  • ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନା ପାଇଁ ୧୧୧ କୋଟି ଟଙ୍କା