ନିଜ ପତ୍ନୀ ଓ ଦୁଇ ପିଲାଙ୍କ ହତ୍ୟା ପରେ ସୁଇସାଇଡ୍‌ ନୋଟ୍‌ରେ ଏପରି ଲେଖି ଜୀବନ ହାରିଲେ ଇଞ୍ଜିନିୟର

Advertisment
ନିଜ ପତ୍ନୀ ଓ ଦୁଇ ପିଲାଙ୍କ ହତ୍ୟା ପରେ ସୁଇସାଇଡ୍‌ ନୋଟ୍‌ରେ ଏପରି ଲେଖି ଜୀବନ ହାରିଲେ ଇଞ୍ଜିନିୟର

Photo Credit: Getty Images

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଏଲ୍‌ବି ନଗରରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜର ପତ୍ନୀ ଓ ପିଲାଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଲ୍‌ବି ନଗରର ହସ୍ତିନାପୁର ଅଞ୍ଚଳରେ ଥିବା ନିଜ ବାସଭବନରେ ବ୍ୟକ୍ତି ଜଣକ ଏପରି କରିଥିବା ସୂଚନା ରହିଛି। ମୃତକଙ୍କ ମୁଣ୍ଡରେ ୨୨ ଲକ୍ଷ ଟଙ୍କାର ଋଣ ଭାର ଥିଲା। ତାହାକୁ ସୁଝି ନପାରିବାରୁ ସେ ନିଜ ସହ ପୂରା ପରିବାରକୁ ନିପାତ କରିଦେବାକୁ ଚିନ୍ତା କରିଥଲେ ବୋଲି ଜାଣିବାକୁ ମିଳିଛି।

ଶନିବାର ୩୬ ବର୍ଷିଅ ଏହି ଇଞ୍ଜିନିୟର ଏପରି ଏକ ଭୟଙ୍କର ପଦକ୍ଷେପ ନେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣାଟି ଶନିବାରଠାରୁ ଘଟିଥିବା ବେଳେ ସୋମବାର ଲୋକଲୋଚନକୁ ଆସିଛି। ମୃତକ ଇଞ୍ଜିନିୟର ଜଣକ ହେଉଛନ୍ତି କେ ପ୍ରଦୀପ କୁମାର। ପ୍ରଦୀପ କୁମାରଙ୍କ ସମେତ ପତ୍ନୀ ସ୍ବାତୀ ଏବଂ ତାଙ୍କ ପିଲା କଲ୍ୟାଣ କ୍ରିଷ୍ଣା ଓ ଜୟ କ୍ରିଷ୍ଣାଙ୍କ ମୃତ ଦେହକୁ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପ୍ରଦୀପ କୁମାର ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପତ୍ନୀ ଓ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ସେ ଏକ ଡାଏରିରେ ସୁଇସାଇଡ୍‌ ନୋଟ୍‌ ଲେଖି ଋଣ ହିଁ ତାଙ୍କ ଜୀବନ ହାରିବାର କାରଣ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe