ନୃଶଂସତାର ସୀମା ପାର: ଗାଈ ସହ ଦୁଷ୍କର୍ମ କରି ହତ୍ୟା କଲେ ଯୁବକ, ଗିରଫ କଲା ପୁଲିସ

Advertisment
ନୃଶଂସତାର ସୀମା ପାର: ଗାଈ ସହ ଦୁଷ୍କର୍ମ କରି ହତ୍ୟା କଲେ ଯୁବକ, ଗିରଫ କଲା ପୁଲିସ

indiatimes.com

କନ୍ନୁର: କେରଳରେ ନୃଶଂସତାର ସୀମା ପାର କରିଛନ୍ତି କେରଳର ଜଣେ ଯୁବକ। ପୂର୍ବରୁ ନିଜ ମନର ଭୋକ ମେଣ୍ଟାଇବା ପାଇଁ ପୁରୁଷ ମହିଳାଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ଜଣେ ଯୁବକ ଗାଈ ସହ କୁକର୍ମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଅଭିଯୁକ୍ତଜଣଙ୍କ ଦୁଷ୍କର୍ମ ପରେ ବନ୍ଧା ଯାଇଥିବା ଦଉଡ଼ିରେ ଗାଈର ବେକକୁ କସି ହତ୍ୟା କରିଥିଲା। ଘଟଣା ବିଷୟରେ ପୁଲିସକୁ ସୂୂଚନା ମିଳିବା ପରେ ଏବେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୁଲିସ।

publive-image indiatimes.com

ଅଭିଯୁକ୍ତର ନାଁ ସୁମେଶ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ କନ୍ନୁର ଜିଲ୍ଲାରେ ଥିବା ବାଭୋଡେ ମୁଥପ୍ପନ ମନ୍ଦିର ପା‌ଖରେ ରହୁଥିବା ଜଣା ପଡ଼ିଛି। ପଡ଼ୋଶୀଙ୍କ କହିବା ମୁତାବକ, ସୁମେଶ ଗାଈକୁ ନିଜ ଘର ପଛପଟକୁ ନେଇ ଏଭଳି ଅପରାଧ କରିଥିଲା। ଏହା ପରେ ‌ତା’ର ବେକରେ ବନ୍ଧାଯାଇଥିବା ଦଉଡ଼ି ସାହାଯ୍ୟରେ ଗାଈର ବେକକୁ କସି ହତ୍ୟା କରିଥିଲା ସୁମେଶ। ଗୋପାଳକଜଣଙ୍କ ଗାଈ ନଥିବା ଦେଖି ଗାଁ ଲୋକଙ୍କ ସହ ମିଶି ଗାଈକୁ ଖୋଜିବା ଆରମ୍ଭ କରିଥିଲେ। ଖୋଜିବାର କିଛି ସମୟରେ ସୁମେଶର ଘର ପଛପଟେ ଗାଈର ମୃତଦେହ ପଡ଼ିଥିବାର ଦେଖିଥିଲେ ଗାଁ ଲୋକେ। ମୃତଦେହ ପାଖରେ ସୁମେଶର ପୋଷାକ ପଡ଼ିଥିବାର ଦେଖି ସେ ହିଁ ହତ୍ୟା କରିଥିବା ଜାଣି ପାରିଥିଲେ। ହେଲେ ଗାଈର ଡାକ୍ତରୀ ପରୀକ୍ଷା କରାଯିବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସବୁ ଜାଣିବା ପରେ ସୁମେଶର ମାନସିକତା ବିଷୟରେ ଭାବି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଥିବା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe