ଛାତ୍ରୀଙ୍କୁ ଯୌନଉତ୍ପୀଡ଼ନ ଦେଇ ଯୁଗ୍ମ ଆୟକର କମିସନର୍‌ ଗିରଫ

Advertisment
ଛାତ୍ରୀଙ୍କୁ ଯୌନଉତ୍ପୀଡ଼ନ ଦେଇ ଯୁଗ୍ମ ଆୟକର କମିସନର୍‌ ଗିରଫ

Rep Image Courtesy of HT

ପାଟନା: ଉତ୍ତରପୂର୍ବରୁ ଆସିଥିବା ଜଣେ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେ ପାଟନା ଆୟକର ବିଭାଗରେ ଯୁଗ୍ମ ଆୟକର କମିସନର୍‌ ଭାବେ କାର୍ଯ୍ୟରତ ଜଣେ ଭାରତୀୟ ରାଜସ୍ୱ ଅଧିକାରୀଙ୍କୁ ବୁଧବାର ସକାଳେ ଗିରଫ କରାଯାଇଛି।

ସିକିମରୁ ଆସିଥିବା ସେ ଯୁବତୀ ଗୋଟାଏ କୋଚିଙ୍ଗ୍‌ ପ୍ରତିଷ୍ଠାନର ହଷ୍ଟେଲ୍‌ରେ ରହନ୍ତି। ସେଠାରେ ଅଭିଯୁକ୍ତ ରାମ ବାବୁ ଗୁପ୍ତ ଜଣେ ମେଣ୍ଟର୍‌।
ପାଟନାର ଏକ ମୁଖ୍ୟ ରାସ୍ତା ଅଞ୍ଚଳରେ ଅବସ୍ଥିତ ସେ ପ୍ରତିଷ୍ଠାନ ଡାକ୍ତରୀ ଏବଂ ଇଞ୍ଜିନିୟରିଙ୍ଗ୍‌ ଆଡ୍‌ମିସନ୍‌ ପରୀକ୍ଷା ଦେବାକୁ ଚାହୁଁଥିବା ଅନୁସୂଚୀତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଆବାସିକ କୋଚିଙ୍ଗ୍‌ ଦିଏ।

ଆଇନ୍‌ ଓ ଶୃଙ୍ଖଳା ବିଭାଗର ଡିଏସ୍‌ପି ଶିବଲି ନୋମାନି ଏହି ଗିରଫଦାରି କଥାକୁ ସତ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯୁବତୀଜଣକ ପୁଲିସକୁ କହିଛନ୍ତି କି, ଦୁଇ ଦିନ ତଳେ ଗୁପ୍ତ ତାଙ୍କୁ ହଷ୍ଟେଲ୍‌ କୋଠରିରେ ମାଡ଼ିବସି ଯୌନ ଉତ୍ପୀଡ଼ନ ଦେଇଛନ୍ତି। ଆହୁରି ମଧ୍ୟ ତାଙ୍କୁ ୧୦୦୦ ଟଙ୍କା ଯାଚିବା ସହ ବିଭା ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ସେ ପାଟି ଚିଲେଇବାରୁ ତାଙ୍କୁ ସାହାଯ୍ୟ କରିବାକୁ ଅନ୍ୟ ଛାତ୍ରଛାତ୍ରୀମାନେ ଧାଇଁ ଆସିବାରୁ ଗୁପ୍ତ ସେଠାରୁ ପଳାଇ ଯାଇଥିଲେ।

ମଙ୍ଗଳବାର ଦିନ ପାଟନାରେ ପହଞ୍ଚିଥିବା ପୀଡ଼ିତାଙ୍କ ବାପା ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଝିଅ କ୍ଲାସ୍‌ରେ ଥିବା ବେଳେ ମଧ୍ୟ ଗୁପ୍ତ ତା’ ସହ ଅସଭ୍ୟ କାର୍ଯ୍ୟ କରନ୍ତି।

ପୁଲିସ କହିବାନୁସାରେ, ଉତ୍ତରପୂର୍ବର ଝିଅମାନଙ୍କୁ କୋଚିଙ୍ଗ୍‌ ଦେବା ପାଇଁ ସେ କୋଚିଙ୍ଗ୍‌ ଅନୁଷ୍ଠାନ ସିକିମ ସରକାରଙ୍କ ସହ ଏକ ‘ମେମୋରାଣ୍ଡମ୍‌ ଅଫ୍‌ ଅଣ୍ଡର୍‌ଷ୍ଟାଣ୍ଡିଙ୍ଗ୍‌’ ସ୍ୱାକ୍ଷର କରିଛି। ପାହାଡ଼ୀ ରାଜ୍ୟରୁ ଆସି ସେଠାରେ ନାମ ଲେଖାଉଥିବା ଝିଅମାନେ ବହୁଳାଂଶରେ ଦରିଦ୍ର ପରିବାରରୁ ଆସିଥାଆନ୍ତି।

୨୦୦୫ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ଗୁପ୍ତ ସାମାଜିକ ପଛୁଆ ଏବଂ ଦରିଦ୍ର ଗୋଷ୍ଠୀଙ୍କ ପାଇଁ ସେ ପ୍ରତିଷ୍ଠାନକୁ ୨୦୧୨ରେ ସ୍ଥାପନ କରିଥିଲେ।

ତାଙ୍କୁ ଗିରଫ କରାଯାଇ ଦିଘା ଥାନାକୁ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe