ଆୟକର ଫାଙ୍କି ଅଭିଯୋଗ : ମାଗନମ୍‌ କମ୍ପାନି ଅଧ୍ୟକ୍ଷଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ଉ

Advertisment
ଆୟକର ଫାଙ୍କି ଅଭିଯୋଗ : ମାଗନମ୍‌ କମ୍ପାନି ଅଧ୍ୟକ୍ଷଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ଉ

ଭୁବନେଶ୍ୱର : ଆୟକର ଫାଙ୍କି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଆଜି ମାଗନମ୍‌ କମ୍ପାନିର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉବେଳେ ଆୟକର ବିଭାଗର ଅଧିକାରୀମାନେ ରମେଶଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ କାଗଜପତ୍ର ଆଦି ସଂଗ୍ରହ କରିଥିବା କୁହାଯାଉଛି। ଶ୍ରୀ ମହାପାତ୍ର ୟୁସିସିଆଇର ମଧ୍ୟ ଅଧ୍ୟକ୍ଷ ଅଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଆୟକର ବିଭାଗ ପକ୍ଷରୁ ରମେଶଙ୍କ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ମାଗନମ୍‌ କାର୍ଯ୍ୟାଳୟ, ପଳାସୁଣୀଠାରେ ଥିବା ଘର, ଖୋର୍ଧାର ଜଙ୍କିଆ ଓ ବାଲେଶ୍ୱରଠାରେ ଚଢ଼ଉ କରାଯାଇଥିଲା। ତେବେ ରମେଶ କେତେ ଟଙ୍କାର ଆୟକର ଫାଙ୍କିଛନ୍ତି ଏନେଇ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏ ସମ୍ପର୍କରେ ରମେଶଙ୍କର ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe