ଉଇଙ୍ଗ କମାଣ୍ଡରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଫ୍ଲାଇଂ ଅଫିସର

ଭାରତୀୟ ବାୟୁସେନାର ଜଣେ ମହିଳା ଫ୍ଲାଇଂ ଅଫିସର ଉଇଙ୍ଗ କମାଣ୍ଡରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଜମ୍ମୁ-କଶ୍ମୀରରେ ଏକ ବାୟୁସେନା ଷ୍ଟେସନରେ ଘଟିଛି।

23

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ମହିଳା ଫ୍ଲାଇଂ ଅଫିସର ଉଇଙ୍ଗ କମାଣ୍ଡରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଜମ୍ମୁ-କଶ୍ମୀରରେ ଏକ ବାୟୁସେନା ଷ୍ଟେସନରେ ଘଟିଛି।

ଜମ୍ମୁ-କଶ୍ମୀର ପୁଲିସ ମହିଳା ଫ୍ଲାଇଂ ଅଧିକାରୀଙ୍କ ଅଭିଯୋଗ  ଆଧାରରେ ବାୟୁସେନା ଷ୍ଟେସନର ଉଇଙ୍ଗ କମାଣ୍ଡର ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣା ବଡଗାମ ପୁଲିସ ଷ୍ଟେସନରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୭୬(୨) ଆଧାରରେ ମାମଲା ରୁଜୁ କରାଯାଇଛି। 

ମହିଳା ଅଧିକାରୀ ଉଇଙ୍ଗ କମାଣ୍ଡରଙ୍କ ବିରୋଧରେ ‌ଯୌନ ନିର୍ଯାତନା ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।  ଏହି ଘଟଣା ୨୦୨୩ ଡିସେମ୍ବର ୩୧ ତାରିଖରେ ଅଫିସରଙ୍କ ମେସରେ ନ୍ୟୁ ଇୟର ପାର୍ଟି ସମୟରେ ଘଟିଛି। ଏଠାରେ ଉଇଙ୍ଗ କମାଣ୍ଡର ମହିଳା ଅଧିକାରୀଙ୍କୁ ତାଙ୍କ କଠୋରିରେ ଯୌନ ନିର୍ଯାତନା ଦେଇଥିଲେ।

ଭାରତୀୟ ବାୟୁସେନାର ଜଣେ ମହିଳା ଫ୍ଲାଇଂ ଅଫିସରଙ୍କ ଏଭଳି ଅଭିଯୋଗ ଆଲୋଡନ ସୃଷ୍ଟି କରିଛି। ଜଣେ ଉଇଙ୍ଗ କମାଣ୍ଡର ହୋଇ ଭାରତୀୟ ବାୟୁସେନାର ଜଣେ ମହିଳା ଫ୍ଲାଇଂ ଅଫିସରଙ୍କୁ ଦୁଷ୍କର୍ମ କରିବାକୁ କିଭଳି ସାହାସ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe