Image Courtesy of Zee News
ଓ୍ଵାସିଂଟନ୍: ଆମେରିକାର ଅନ୍ତର୍ଗତ ଜର୍ଜିଆ ପ୍ରଦେଶରେ ଦୁଇଟି ସାଧାରଣ ସମାଗ୍ରୀ ଦୋକାନରେ ଜଣେ ବ୍ୟକ୍ତି ଗୁଳିଚଳାଇବାରୁ ଜଣେ ଭାରତୀୟ-ଆମେରିକୀୟଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି।
ବର୍ଣ୍ଣେଟ୍ ଫେରି ରୋଡ୍ସ୍ଥିତ ହାଇ-ଟେକ୍ କୁଇକ୍ ସପ୍ରେ ମଙ୍ଗଳବାର ସନ୍ଧ୍ୟାରେ ୪୪ ବର୍ଷିୟ ପରମଜିତ ସିଂହ ଏକାଧିକ ଗୁଳି ଚୋଟ ଖାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ସିଂହଙ୍କୁ ଗୁଳି କରାଯିବାର ୧୦ ମିନିଟ୍ ପରେ ବନ୍ଧୁକଧାରୀ ବ୍ୟକ୍ତିଜଣକ ଏଲ୍ମ୍ ଷ୍ଟ୍ରିଟ୍ ଫୁଡ୍ ଆଣ୍ଡ୍ ବିଭେରେଜ୍ ନାମକ ଅନ୍ୟ ଏକ ସାଧାରଣ ସାମଗ୍ରୀ ଦୋକାନ ମଧ୍ୟକୁ ପ୍ରବେଶ କରିଥିଲେ। ସେଠାରୁ ଟଙ୍କା ଚୋରି କରିବା ପରେ ୩୦ ବର୍ଷିୟ ପାର୍ଥି ପଟେଲ୍ଙ୍କ ଉପରକୁ ଗୁଳି ଚଳାଇଥିଲେ। ପଟେଲ୍ଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।
ସନ୍ଧିଗ୍ଧ ବନ୍ଧୁକଧାରୀ ୨୮ ବର୍ଷିୟ ଲାମାର ରଶଦ ନିକୋଲସନ୍ଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ହତ୍ୟା, ଡକାୟତି, ଆକ୍ରମଣ, ଆଗ୍ନେୟାସ୍ତ୍ର ରଖିବା ଆଦି ଅନେକ ମାମଲା ରହିଛି। ତାଙ୍କୁ ଫ୍ଲଏଡ୍ କାଉଣ୍ଟି ଜେଲ୍ରେ ରଖାଯାଇଛି ବୋଲି ପୁଲିିସ କହିଛି।
Follow Us