୮ମାସର ଶିଶୁ ଦୁଷ୍କର୍ମ ଘଟଣାକୁ ନେଇ ହରଭଜନ ଟୁଇଟର ବ୍ୟବହାରକାରୀଙ୍କୁ ଦେଲେ ଏପରି କଡା ଜବାବ

Advertisment
ଲେଖି ଦେବି ସେ ଭାରତୀୟ ଦଳରେ ରହିବେ: ଭଜି

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀରେ ପୁଣି ଏକ ଅବିଶ୍ୱାସନୀୟ ଘଟଣା ଘଟିଛି। ଉତ୍ତରପଶ୍ଚିମ ଦିଲ୍ଲୀରେ ଥିବା ନେତାଜୀ ସୁଭାଷ ନଗରରେ ସୋମବାର ଜଣେ ୮ମାସର ଶିଶୁକୁ ତାର ୨୮ ବର୍ଷିୟ ଦାଦା ପୁଅ ଦୁଷ୍କର୍ମ କରିଥିବା ଖବର ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଥିଲା। ଦୁଷ୍କର୍ମର ଶିକାର ହେବା ପରେ ଶିଶୁଟିକୁ ଏକ ଆଞ୍ଚଳିକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସୋମବାର ଏ ନେଇ ଏକ ସର୍ଜରି ମଧ୍ୟ କରାଯାଇଛି ।

publive-image

ତେବେ ଏହି ଘଟଣାକୁ ନେଇ ଭାରତୀୟ କ୍ରିକେଟ ଖେଳାଳି ହରଭଜନ ସିଂହଙ୍କ ରାଗ ଚରମ ସୀମାରେ ପହଞ୍ଚି ଯାଇଛି। ସେ ଏହି ଜଘନ୍ୟ ଅପରାଧର ଘଟଣାକୁ ଟୁଇଟରରେ ସେୟାର କରି ଲେଖିଛନ୍ତି, ବାରମ୍ବାର ଏଭଳି ଘଟଣା ମୁଁ ଆଉ ସହ୍ୟ କରି ପାରୁ ନାହିଁ। ବେଳେ ବେଳେ ଦୁର୍ବଳ ମାନସିକତା ସମ୍ପର୍ଣ୍ଣ ବ୍ୟକ୍ତି ଓ ପଶୁପକ୍ଷୀ ବି ଆମଠାରୁ ଭଲ କାମ କରିଥାଆନ୍ତି। ପିଲା ତ ଭଗବାନଙ୍କ ରୂପ ହୋଇଥାଆନ୍ତି।’

ହରଭଜନଙ୍କ ଏହି ଟୁଇଟରକୁ କେତେକ ଲାଇକ୍‌ କରିଥିବା ବେଳେ ଆଉ କେତେକ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଥିବା ବ୍ୟବହାରକାରୀଙ୍କୁ ବି ହରଭଜନ ରୋକଠୋକ୍‌ ଶୁଣାଇ ଦେଇଛନ୍ତି।

ହରଭଜନଙ୍କ ଏହି ଟୁଇଟର କମେଣ୍ଟ କରି ଜଣେ ବ୍ୟବହାରକାରୀ କହିଛନ୍ତି, ଆପଣଙ୍କୁ ଅନେକ ଲୋକ ଫଲୋ କରି ଥାଆନ୍ତି। ଆପଣ ଏଭଳି ଘଟଣାକୁ କାହିଁକି ସେୟାର କରିବାକୁ ଚାହୁଁଛନ୍ତି। କ’ଣ ଆପଣଙ୍କୁ ଲାଗୁଛି ଏଭଳି ଟୁଇଟ ଜରିଆରେ ଘଟଣା ଘଟିବା ହ୍ରାସ ପାଇ ପାରିବ। ପୀଡିତା ଓ ତାଙ୍କ ପରିବାରକୁ କ’ଣ ସାହାଯ୍ୟ ମିଳି ପାରିବ? ଦାୟା କରି ଏଭଳି ଘଟଣାକୁ ସେୟାର କରନ୍ତୁ ନାହିଁ।

ଏହି ବ୍ୟବହାରକାରୀଙ୍କ ପ୍ରଶ୍ନ ଉତ୍ତରରେ ହରଭଜନ କଡ଼ା ଜବାବ ଦେଇ କହିଛନ୍ତି, ଆପଣ କହୁଛନ୍ତି ମୁଁ ଏହି ପ୍ରସଙ୍ଗକୁ ଉଠାଇବା ଆବଶ୍ୟକ ନାହିଁ? ଯଦି ଆପଣ ପରିବାରରେ କାହା ସହିତ ଏମିତି ଘଟି ଥାଆନ୍ତା, ତେବେ ଆପଣ କ’ଣ ଚୁପ୍‌ ହୋଇ ବସିଥାଆନ୍ତେ? ସରକାରଙ୍କୁ ଏଥିପାଇଁ କଡ଼ାରୁ କଡ଼ା ନିୟମ ବନାଇବା ଆବଶ୍ୟକ, ତାହା ପରେ ଯାଇ ଏଭଳି ଘଟଣା ଘଟିବା ହ୍ରାସ ପାଇପାରିବ!

publive-image

ସୂଚନା ଅନୂଯାୟୀ, କାମ ପାଇଁ ଶିଶୁର ମାତା-ପିତା ବାହାରକୁ ଯାଇଥିବା ବେଳେ ଶିଶୁଟିର ଦେଖାଶୁଣା କରିବା ପାଇଁ ସେମାନେ ତାଙ୍କ ଭାଇ ବୋହୂକୁ ଦାୟିତ୍ୱ ଦେଇ ଯାଇଥିଲେ । ଅଭିଯୁକ୍ତଙ୍କ ମା’ ନଥିବା ବେଳେ ଏହାର ସୁଯୋଗ ନେଇ ସେ ୮ମାସର ଶିଶୁ ସହ ଦୁଷ୍କର୍ମ କରିଥିଲେ । ମଦ ନିଶାରେ ସେ ଏପରି କରିଥିବା ପୁଲିସ ଆଗରେ ସ୍ୱୀକାର ମଧ୍ୟ କରିଥିଲା।

ମଧ୍ୟାହ୍ନ ୧୨.୩୦ରେ ଶିଶୁକନ୍ୟାର ମା’ ଘରକୁ ଫେରିବା ପରେ ଝିଅର କପଡ଼ାରେ ରକ୍ତ ଲାଗିଥିବା ଦେଖି ତାକୁ ଡ଼ାକ୍ତରଖାନା ନେଇ ଯାଇଥିଲେ । ଡ଼ାକ୍ତରୀ ପରୀକ୍ଷାରେ ପରେ ଶିଶୁକନ୍ୟାଟି ଯୌନ ନିର୍ଯାତନାର ଶିକାର ହୋଇଛି ବୋଲି ଡ଼ାକ୍ତର ସ୍ପଷ୍ଟ କରିଥିଲେ । ଏ ନେଇ ଶିଶୁକନ୍ୟାର ମାତା-ପିତା ପୁଲିସରେ ଏତଲା ଦେବା ପରେ ଅଭିଯୁକ୍ତକୁ ଗିରଫ କରାଯିବା ସହ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe