ଆମେରିକୀୟ ବିମାନରେ କିଶୋରୀଙ୍କୁ ଅଶାଳୀନ ସ୍ପର୍ଶ କରିଥିବା ଭାରତୀୟ ଡାକ୍ତରଙ୍କ ଦୋଷ ସ୍ୱୀକାର

Advertisment
ଆମେରିକୀୟ ବିମାନରେ କିଶୋରୀଙ୍କୁ ଅଶାଳୀନ ସ୍ପର୍ଶ କରିଥିବା ଭାରତୀୟ ଡାକ୍ତରଙ୍କ ଦୋଷ ସ୍ୱୀକାର

Image Courtesy of Deccan Chronicle

ନିଉୟର୍କ: ନିଉ ଜର୍ସି ଅଭିମୁଖେ ଯାଉଥିବା ୟୁନାଇଟେଡ୍‌ ଏଆର୍‌ଲାଇନ୍‌ସ୍‌ର ଏକ ବିମାନରେ ଯାତ୍ରା କରୁଥିବା ଜଣେ ୨୯ ବର୍ଷିୟ ଭାରତୀୟ ଡାକ୍ତର ତାଙ୍କ ପାଖ ସିଟ୍‌ରେ ବସିଥିବା ଜଣେ ନାବାଳିକାଙ୍କୁ ଅଶାଳୀନ ସ୍ପର୍ଶ କରିଛନ୍ତି ବୋଲି ଦୋଷ ସ୍ୱୀକାର କରିଛନ୍ତି।

ଜୁଲାଇ ୨୩ ତାରିଖ ଦିନ ବିଜୟକୁମାର କୃଷ୍ଣପ୍ପା ନାମକ ଜଣେ ଡାକ୍ତର ସିଟ୍‌ଲ୍‌ରୁ ଯାତ୍ରା କରୁଥିବାବେଳେ ତାଙ୍କ ପାଖ ସିଟ୍‌ରେ ବସିଥିବା ଜଣେ ୧୬ ବର୍ଷୀୟ ବାଳିକାଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିଲେ।

ବୁଧବାର ଦିନ କୃଷ୍ଣପ୍ପା ନିଉୟାର୍କସ୍ଥିତ ଫେଡେରାଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର ହୋଇଥିଲେ।

ପାଖ ସିଟ୍‌ରେ ବସିଥିବା ଜଣେ ଅପରିଚିତା ବାଳିକାକୁ କୃଷ୍ଣାପ୍ପା ଉଦ୍ଦେଶ୍ୟମୂଳକଭାବେ ଆକ୍ରମଣ କରିଥିଲେ। କୃଷ୍ଣାପ୍ପା ସ୍ୱୀକାର କରିଛନ୍ତି ଯେ ପୀଡ଼ିତା ଶୋଇଥିବାବେଳେ ତା’ର ବିନା ସମ୍ମତିରେ ସେ ତା ଶରୀରକୁ ଅଶାଳୀନଭାବେ ସ୍ପର୍ଶ କରିଥିଲେ। ଏ କଥା ଏକ ବିବୃତ୍ତିରେ କହିଛନ୍ତି ଆକ୍ଟିଙ୍ଗ୍‌ ୟୁଏସ୍‌ ଅଟର୍ଣ୍ଣି ଉଇଲିୟମ୍‌ ଇ ଫିଜ୍‌ପାଟ୍ରିକ୍‌।

ସ୍ୱୀକାରୋକ୍ତି ରାଜିନାମା ଅନୁସାରେ ଭାରତୀୟ ନାଗରିକଙ୍କୁ ଜାନୁଆରି ମାସରେ ୩୦ରୁ ୯୦ ଦିନ କାରାଦଣ୍ଡାଦେଶ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe