ନୂଆବର୍ଷ ଦିନ ସିଙ୍ଗାପୁରରେ ଜଣେ ଭାରତୀୟ କଣ୍ଟା ଲଗା କାଠପଟାରେ ପିଟି ଆଉ ଜଣେ ଭାରତୀୟଙ୍କୁ ହତ୍ୟା କଲା

ଝିଅ-ସହପାଠୀକୁ ନେଇ ରେସ୍ତୋରାଁ ଯିବା କାଳ ହେଲା, ୧୭ ବର୍ଷିୟ ଛାତ୍ରକୁ ପିଟି ପିଟି ହତ୍ୟା

Image Courtesy of Free Press Journal

ନୂଆଦିଲ୍ଲୀ: ନୂଆବର୍ଷରେ ବିବାଦ କରିବା ସହ ଜଣେ ଭାରତୀୟ ଖଣ୍ଡେ କଣ୍ଟା ଲଗା କାଠପଟାରେ ଆଉ ଜଣେ ଭାରତୀୟଙ୍କୁ ପିଟି ହତ୍ୟା କରିଥିବା ଅଭିଯୋଗ ଗିରଫ ହୋଇଥିବା କଥା ଆଜି ସେଠାକାର ଗଣମାଧ୍ୟମରେ ପ୍ରକାଶ ପାଇଛି।

‘ଦି ଷ୍ଟ୍ରେଟସ୍‌ ଟାଇମ୍‌ସ୍‌’ ନାମକ ଉକ୍ତ ସମ୍ବାଦପତ୍ରରେ ପ୍ରକାଶ ପାଇଛି ଯେ, ଜାନୁଆରି ପହିଲା ରାତି ୧ଟାରୁ ୧.୨୫ ମଧ୍ୟରେ ‘୨୦ ଉଡ୍‌ଲାଣ୍ଡ୍‌ସ୍ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ଇ୧’ ନିକଟରେ ୨୬ ବର୍ଷିୟ ପନୀର ବେତ୍ରିବେଲ୍‌ ୩୭ ବର୍ଷିୟ ରାଜେନ୍ଦ୍ରନ୍‌ ଶନ୍ମୁଗସୁନ୍ଦରନ୍‌ଙ୍କୁ ପଟାରେ ପିଟି ହତ୍ୟା କରିଛି।

ଜାଣିଶୁଣି ସେ ମାରାତ୍ମକ ଅସ୍ତ୍ରରେ ସାଂଘାତିକ ଆଘାତ କରିଛନ୍ତି ବୋଲି ରବିବାର ଦିନ ପ୍ରବାସୀ ଶ୍ରମଜୀବୀଙ୍କ ‘ଡର୍ମିଟରି’ରେ ସ୍ବତନ୍ତ୍ର ଭାବେ ବସିଥିବା ‘କ୍ରିମିନାଲ୍‌ମେନ୍‌ସନ୍‌ କୋର୍ଟ’ କହିଛି।

ଏଭଳି କ୍ଷେତ୍ରରେ ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ ଏବଂ ବେତ୍ରାଘାତ କିଂବା ୧୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଅଥବା ବେତ୍ରାଘାତ ଓ ଜରିମାନା କରାଯାଇ ପାରେ।

ପୁଲିସ କହିବା ଅନୁସାରେ, ଦୁହେଁ ଉଡ୍‌ଲାଣ୍ଡ୍‌ସ୍ ଇଣ୍ଡଷ୍ଟ୍ରିଆଲ୍‌ ପାର୍କରେ ଥିବା ‘ଡର୍ମିଟରି’ରେ ବିବାଦ କରୁଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଯେ, ମୁଣ୍ଡରେ ଆଘାତ ପାଇ ରାଜେନ୍ଦ୍ରନ ସ୍ଥିର ହୋଇ ତଳେ ପଡ଼ିଛନ୍ତି। ଅବିଳମ୍ବେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପନୀରଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡ୍‌ରେ ନିଆଯାଇଛି। ଜାନୁଆରି ୭ ତାରିଖ ଦିନ ପୁଣି ଅଦାଲତରେ ଏହି ମାମଲା ପଡ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe