ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ପ୍ରେମିକାକୁ ହତ୍ୟା ଉଦ୍ୟମ କରିଥିବା ପ୍ରେମିକକୁ ମିଳିଲା ଆଜୀବନ କାରାଦଣ୍ଡ

ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ପ୍ରେମିକାକୁ ହତ୍ୟା ଉଦ୍ୟମ କରିଥିବା ପ୍ରେମିକକୁ ମିଳିଲା ଆଜୀବନ କାରାଦଣ୍ଡ

DNA India

ସିଙ୍ଗାପୁର: ପ୍ରେମ ଏକ ପବିତ୍ର ଅନୁଭବ । ହେଲେ ପ୍ରେମ ଯେତେବେଳେ ଏକ ନିଶା ପାଲଟିଯାଏ, ସେତେବେଳେ ତାହା ଏକ ଭୟଙ୍କର ରୂପ ନେଇଥାଏ । ସେଭଳି ଏକ ଘଟଣା ଘଟିଛି ସିଙ୍ଗାପୁରରେ । ପ୍ରେମିକ ଦେଇଥିବା ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପ୍ରେମିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ପ୍ରେମିକ ଜଣଙ୍କ ତାଙ୍କ ପ୍ରେମ ନିବେଦନର ପ୍ରତ୍ୟାଖ୍ୟାନକୁ ସହ୍ୟ କରି ନପାରି ପ୍ରେମିକା ଉପରେ କରିଥିଲା ମରଣାନ୍ତକ ଆକ୍ରମଣ ।
ତେବେ, ସୌଭାଗ୍ୟ ବଶତଃ ପୀଡ଼ିତା ଜଣଙ୍କୁ ଠିକ୍‌ ସମୟରେ ଉଦ୍ଧାର କରି ଡ଼ାକ୍ତରଖାନା ନିଆ ଯାଇଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଥଲା। ପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ପ୍ରେମିକକୁୁ ପୋଲିସ୍‌ ଗିରଫ କରିଥିଲା। ଏହି ଘଟଣାଟି ଡ଼ିସେମ୍ବର ୨୦୧୩ରେ ଘଟିଥିବା ବେଳେ ଏବେ ଏହି ମାମଲାର ଶୁଣାଣି କରାଯାଇ ଅଭିଯୁକ୍ତକୁ ଅଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ଥିବା ସୂଚନା ମିଳିଛି ।

publive-image mentalfloss.com

ସୂଚନା ମୁତାବକ, ସିଙ୍ଗପୁରରେ ରହୁଥିବା ସଂପୃକ୍ତ ଯୁବକ ଜଣଙ୍କର ପୀଡ଼ିତାଙ୍କ ସହସିଙ୍ଗପୁରର ଏକ ଡ଼ାକ୍ତଖାନାରେ ଦେଖା ହୋଇଥିଲେ । ସେଠାରେ ପୀଡ଼ିତା ଜଣଙ୍କ ନର୍ସ ଭାବେ କାମ କରୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ହେଲ୍‌ଥ୍‌ କେୟାର ଆସୋସିଏଟ୍‌ କାମ କରୁଥିଲା। କିଛି ଦିନର ମିଳାମିଶା ପରେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ମନ ଦେଇ ବସିଥିଲେ । ପୀଡ଼ିତା ଜଣଙ୍କ ପ୍ରଥମେ ପ୍ରଥମେ ତାଙ୍କୁ ଭଲ ପାଉଛନ୍ତି ବୋଲି କହୁଥିବା ବେଳେ ପରେ ତାଙ୍କର ପ୍ରେମିକ ଅଛି ବୋଲି କହି ଦୂରେଇ ଆସିଥିଲେ । ଏଥିରେ ରାଗି ଯାଇ ସେ ପୀଡ଼ିତା ଜଣଙ୍କ ରହୁଥିବା ସ୍ଥାନକୁ ଆସି ବିବାହର ପ୍ରସ୍ତାବ ଦେଇଥିଲେ ମଧ୍ୟ ପୀଡ଼ିତା ଜଣଙ୍କ ମନା କରି ଦେଇଥିଲେ । ଏଥିରେ ରାଗି ଯାଇ ସେ ରହୁଥିବା ଘରକୁ ଆସି ଏକ ଧାରୁଆ ଛୁରି ନେଇ ପୀଡ଼ିତାଙ୍କ ଘର ବାହାରେ ବସି ରହିଥିଲେ । ରାତି ପାହିଲା ପରେ ସକାଳ ୮.୩୦ରେ ସେ ପୀଡ଼ିତାଙ୍କ କବାଟ ବାଡ଼େଇଥିଲେ ।

publive-image WondersList

କବାଟ ଖୋଲିବା ପରେ ଶେଷଥର ପାଇଁ ସେ ପୁଣି ଥରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ତେବେ, ପୀଡ଼ିତା ଜଣଙ୍କ ତାଙ୍କୁ ରାଗରେ ୟାଡ଼ୁସାଡ଼ୁ କହିବାରୁ ସେ ରାଗି ଯାଇ ପୀଡ଼ିତାଙ୍କୁ ଛୁରା ମାଡ଼ କରିଥିଲେ । ‘ମୁଁ ତତେ ମାରିଦେବି । ତୁ ମୋର ହେବୁନି ମାନେ ଆଉ କାହାର ବି ହେବୁନି’ କହି ସେ ବାରମ୍ବାର ଛୁରି ଭୁସି ଚାଲିଥିଲେ । ଅନ୍ୟ ପକ୍ଷରେ ପୀଡ଼ିତାଙ୍କ ଚିତ୍କାର ଶୂଣି ତାଙ୍କ ବାପା ବାହାରକୁ ଆସିତାଙ୍କ ଝିଅକୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ । ଏହା ପରେ ସେ ଅଭିଯୁକ୍ତଙ୍କୁ ଧରି ପୋଲିସରେ ଦେବା ସହ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । ଏବେ ପୀଡ଼ିତା ଜଣଙ୍କ ଠିକ୍‌ ଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe