ରିତିକ୍ ରୋଶନଙ୍କ ପ୍ରତି ଆକୃଷ୍ଟ ଥିବାରୁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିବା ସହ ଆତ୍ମହତ୍ୟା କଲା ସ୍ବାମୀ

Advertisment
ରିତିକ୍ ରୋଶନଙ୍କ ପ୍ରତି ଆକୃଷ୍ଟ ଥିବାରୁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିବା ସହ ଆତ୍ମହତ୍ୟା କଲା ସ୍ବାମୀ

indiatimes.com

ନୂଆଦିଲ୍ଲୀ : ଇର୍ଷା ଏଭଳି ଏକ ଭାବନା, ଯାହା କୌଣସି ବି ସଂପର୍କକୁ ଖୁବ୍ ସହଜରେ ଭାଙ୍ଗି ଦେଇପାରେ। ଇର୍ଷାର ଭାବନା ଗୋଟେ ସଂପର୍କରେ ଥିବା ବିଶ୍ବାସକୁ ଖୁବ୍ ସହଜରେ ଭାଙ୍ଗି ଦେଇଥାଏ। କିନ୍ତୁ ନ୍ୟୁୟର୍କ ସହରରେ ଜଣେ ଭାରତୀୟ ବଂଶୋଦ୍ଭବ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ବଲିଉଡ୍ ସୁପରଷ୍ଟାର ରିତିକ୍ ରୋଶନଙ୍କ ପ୍ରତି ଆକୃଷ୍ଟ ଥିବାରୁ ଇର୍ଷା ପରାୟଣ ହୋଇ ପତ୍ନୀକୁ ହତ୍ୟା କରିଛନ୍ତି ଦିନେଶ୍ବର।

Husband indiatimes.com

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନେଶ୍ବର ଇର୍ଷା ପରାୟଣ ହୋଇ ପ୍ରଥମେ ପତ୍ନୀ ଡୋନେଙ୍କୁ ମାଡ଼ ମାରିବା ସହ ତାଙ୍କ ଗଳା କାଟି ହତ୍ୟା କରିଥିଲେ। ପରେ ନିଜ‌େ  ଘର ବାହାରେ ଏକ ଗଛରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଜଣା ପଡ଼ିଛି । ଡୋନେଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁମାନେ ବଡ଼ ଖୁଲାସା କରିଛନ୍ତି। କିଛି ମାସ ତଳେ  ରିତିକଙ୍କୁ ପସନ୍ଦ କରୁଥିବାରୁ ଦିନେଶ୍ବର ଇର୍ଷା କରୁଥିବା କଥା ଡୋନେ ନିଜ ବନ୍ଧୁଙ୍କୁ ଜଣାଇଥିଲେ। ରିତିକଙ୍କ ଗୀତ ଶୁଣିଲେ ବା ତାଙ୍କ ଫିଲ୍ମ ଦେଖିଲେ ଚିଡ଼ୁଥିଲେ ଦିନେଶ୍ବର। ଯାହା ପାଇଁ ସେ ଡୋନେଙ୍କ ସହ ଝଗଡ଼ା କରୁଥିଲେ ମଧ୍ୟ ତାଙ୍କ ସୁନ୍ଦର ଶରୀର ପାଇଁ ସେ ତାଙ୍କୁ ଛାଡ଼ି ପାରୁ ନଥିଲେ ବୋଲି କହିଛନ୍ତି ଡୋନେଙ୍କ ବନ୍ଧୁ। କିନ୍ତୁ ଘଟଣା ଦିନ ଦିନେଶ୍ବର ନିଜ ଉପରୁ ନିୟନ୍ତ୍ରଣ ହରାଇ ଏଭଳି ଅପରାଧ କରିଥିଲେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe