ତୁମେ ବିମାନ ଉଡ଼ାଇବାକୁ ଯୋଗ୍ୟ ନୁହଁ, ଜୋତା ସିଲେଇ କର; ବରିଷ୍ଠ ପାଇଲଟ୍‌ଙ୍କ ଉପରେ ଲାଗିଲା ଆରୋପ

Advertisment
t

ଗୁରୁଗ୍ରାମ/ବେଙ୍ଗାଲୁରୁ: ତୁମେ ବିମାନ ଉଡ଼ାଇବାକୁ ଯୋଗ୍ୟ ନୁହଁ। ଯାଇକି ଜୋତା ସିଲେଇ କର। ଏଭଳି କହିଥିବାରୁ ହରିଆଣାର ଗୁରୁଗ୍ରାମରେ ଇଣ୍ଡିଗୋ ଏୟାରଲାଇନ୍ସର କ୍ୟାପ୍ଟେନଙ୍କ ସମେତ ୩ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ଏହି ଏଫଆଇଆର ଇଣ୍ଡିଗୋର ଜଣେ ତାଲିମପ୍ରାପ୍ତ ପାଇଲଟଙ୍କ ଦ୍ୱାରା ଦାୟର କରାଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ତାଲିମପ୍ରାପ୍ତ ପାଇଲଟ ବିମାନର କ୍ୟାପ୍ଟେନଙ୍କ ସମେତ ୩ଜଣଙ୍କ ଉପରେ ଜାତି ଆଧାରରେ ତାଙ୍କୁ ହଇରାଣ କରିବାର ଅଭିଯୋଗ ଆଣିଛନ୍ତି। ଗୁରୁଗ୍ରାମରେ ଏକ ବୈଠକରେ ଯୋଗଦେବା ସମୟରେ ପୀଡିତଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରାଯାଇଥିଲା। ଏହି ଘଟଣାକୁ ନେଇ ପୀଡିତ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବୈଠକରେ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରାଯାଇଥିଲା।

ପୀଡିତଙ୍କ ଅଭିଯୋଗ ଅନୁଯାୟୀ, ଡ୍ୟୁଟି ସମୟରେ ତାଙ୍କ ଉପରେ ଅନେକ ଥର ଜାତିଗତ ମନ୍ତବ୍ୟ ଦିଆଯାଇଥିଲା। ତାଙ୍କ ଜାତି ଉଲ୍ଲେଖ କରି ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରାଯାଇଥିଲା। ବିନା ଦୋଷରେ ଅନେକ ଥର ଚେତାବନୀ ପତ୍ର ମଧ୍ୟ ଦିଆଯାଇଥିଲା। କୌଣସି ବୈଧ କାରଣ ବିନା ଦରମା ମଧ୍ୟ କାଟି ଦିଆଯାଇଥିଲା ଏବଂ ଡାକ୍ତରୀ ଛୁଟି ମଧ୍ୟ କାଟି ଦିଆଯାଇଥିଲା। କେବଳ ଏତିକି ନୁହେଁ, କର୍ମଚାରୀଙ୍କ ଯାତ୍ରା ବାତିଲ କରାଯାଇଥିଲା ଏବଂ ତାଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ପକାଯାଇଥିଲା। ତାପସ ଦେ, ମନୀଷ ସାହାଣୀ ଏବଂ କ୍ୟାପ୍ଟେନ ରାହୁଲ ପାଟିଲ ଏଭଳି କରିଥିଲେ। ପୂର୍ବରୁ ସେ ଇଣ୍ଡିଗୋର ସିଇଓ ଏବଂ ଏଥିକ୍ସ କମିଟି ନିକଟରେ ମଧ୍ୟ ଏନେଇ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

ପୀଡ଼ିତଙ୍କ ଅନୁଯାୟୀ ବରିଷ୍ଠ କର୍ମଚାରୀମାନେ ତାଙ୍କୁ କହିଥିଲେ ଯେ, ସେ ବିମାନ ଉଡ଼ାଇବା ପାଇଁ ଯୋଗ୍ୟ ନୁହଁନ୍ତି। ତାଙ୍କୁ ଜୋତା ସିଲେଇ କରିବା ଉଚିତ। ‌ବିମାନବନ୍ଦର‌ରେ ଚୌକିଦାର ହେବାକୁ ଯୋଗ୍ୟ ନୁହଁ ବୋଲି ତାଙ୍କୁ କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି।

ପୀଡିତ କର୍ମଚାରୀଜଣକ ଘଟଣା ବିଷୟରେ ବେଙ୍ଗାଲୁରୁ ପୁଲିସରେ ଅଭିଯୋଗ କରିଥିଲେ। ଏହା ପରେ କର୍ଣ୍ଣାଟକ ପୁଲିସ ଏକ ଶୂନ୍ୟ ଏଫଆଇଆର ରୁଜୁ କରି ଗୁରୁଗ୍ରାମକୁ ପଠାଇଥିଲା। ଏହା ପରେ ଡିଏଲଏଫ ଫେଜ୍ -୧ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିଲା। ବେଙ୍ଗାଲୁରୁ ସିଟି (କର୍ଣ୍ଣାଟକ)ର ଶୋଭା ସିଟି ସାଣ୍ଟୋରିନିରେ ରହୁଥିବା ୩୫ ବର୍ଷୀୟ ପୀଡିତ ଏହି ମାମଲା ରୁଜୁ କରିଛନ୍ତି। ସେ ଇଣ୍ଡିଗୋ ଏୟାରଲାଇନ୍ସରେ କାମ କରନ୍ତି। ପୀଡିତଙ୍କ ବୟସ ୩୫ ବର୍ଷ ଏବଂ ସେ ଦ୍ରାବିଡ଼ ସମ୍ପ୍ରଦାୟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe