ପୁରୁଷ ସାଥୀଙ୍କ ସହିତ ସନ୍ତରଣ କଲେ ମହିଳା ଗର୍ଭବତୀ ହେବା ନେଇ ଦେଇଥିବା ବୟାନ ପାଇଁ କ୍ଷମା ମାଗିଲେ ଇଣ୍ଡୋନେସିଆ ଅଧିକାରୀ

Advertisment
ପୁରୁଷ ସାଥୀଙ୍କ ସହିତ ସନ୍ତରଣ କଲେ ମହିଳା ଗର୍ଭବତୀ ହେବା ନେଇ ଦେଇଥିବା ବୟାନ ପାଇଁ କ୍ଷମା ମାଗିଲେ ଇଣ୍ଡୋନେସିଆ ଅଧିକାରୀ

The Jakarta Pos

ନୂଆଦିଲ୍ଲୀ: ଜଣେ ମହିଳା ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଲେ ଯାଇ ଗର୍ଭବତୀ ହୋଇଥାଏ। କିନ୍ତୁ ଜଣେ ଇଣ୍ଡୋନେସୀୟ ଅଧିକାରୀ ପୁରୁଷ ସାଥୀଙ୍କ ସହିତ ସନ୍ତରଣ କଲେ ବି ଜଣେ ମହିଳା ଗର୍ଭବତୀ ହେବା ନେଇ ବୟାନ ଦେଇଥିଲେ। ଏହି ବୟାନ ପରେ ଇଣ୍ଡୋନେସିଆ ଶିଶୁ ସୁରକ୍ଷା ଅଧିକାରୀ ଏହାକୁ ନେଇ ବିରୋଧ କରିଥିଲା। ଯାହା ପରେ ମହିଳା ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ନିକଟରେ ମହିଳା ଅଧିକାରୀ ଦେଇଥିବା ଏହି ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଛନ୍ତି।

Image result for indonesian-official-says-women-can-get-pregnant Coconuts

ସ୍ୱାସ୍ଥ୍ୟ ଓ ଅବୈଧ ନିଶା ପ୍ରଦାର୍ଥ ସହିତ ସମ୍ଭନ୍ଧିତ ଶିଶୁ ସୁରକ୍ଷା ସଂପର୍କିତ ବିଷୟ ଦେଖାଶୁଣା କରୁଥିବା ସିଟ୍ଟି ହିକ୍କମାବତୀ ନିକଟରେ ଟ୍ରିବ୍ୟୁନ୍‌ ଜାକର୍ତାକୁ ଏକ ଭିଡିଓ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ଇଣ୍ଡୋନେସିଆରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଓ କ୍ଲିନିକ୍‌ରେ କରାଯାଉଥିବା ଗର୍ଭପାତକୁ ନେଇ ପ୍ରସଙ୍ଗ ଉଠାଯାଇଥିଲା। ଏହି ପ୍ରସଙ୍ଗରେ ସେ ପୁରୁଷଙ୍କ ସହିତ ସନ୍ତରଣ କଲେ ମହିଳା ଗର୍ଭବତୀ ହୋଇଯିବେ ବୋଲି ବୟାନ ଦେଇଥିଲେ।

ଦେଖୁଦେଖୁ ତାଙ୍କର ଏହି ବୟାନ ହାସ୍‌ଟାଗ୍‌ #PecatSittiHikmawattyରେ ଭାଇରାଲ ହୋଇଯାଇଥିଲା। ବୟାନ ଭାଇରାଲ ହେବା ପରେ ସିଟ୍ଟି ହିକ୍କମାବତୀ ଏ ନେଇ କ୍ଷମା ମାଗିଥିଲେ। ଏଥିସହିତ ଏହି ବିବାଦୀୟ ବୟାନକୁ ଆଗକୁ ଭାଇରାଲ ନକରିବାକୁ ସିଟ୍ଟି ଅନୁରୋଧ ବି କରିଛନ୍ତି।

ଇଣ୍ଡୋନେସିଆ ଡାକ୍ତର ଆସୋସିଏସନ୍‌ର  କହିବାନୁସାରେ, ସମ୍ଭୋଗ ବିନା ମହିଳା ଅନ୍ତସତ୍ତ୍ୱା ହେବା ଅସମ୍ଭବ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe