ଇନ୍ଦୋର ଦମ୍ପତ୍ତି ନିଖୋଜ ହେବା ଘଟଣା: ଯୁବକଙ୍କ ମୃତଦେହ ମିଳିଲା, ମହିଳାଙ୍କୁ ଖୋଜୁଛି ପୁଲିସ

tnsbjhQGFQHGF

ଶିଲାଙ୍ଗ: ସୋହରା (ମେଘାଳୟ)ରୁ ନିଖୋଜ ହୋଇଥିବା ଇନ୍ଦୋର ଦମ୍ପତି ସୋନମ ଏବଂ ରାଜା ରଘୁବଂଶୀଙ୍କୁ ଖୋଜୁଥିବା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ୮ଦିନର ନିରନ୍ତର ସନ୍ଧାନ ପରେ, ଜୁନ୍ ୨ରେ, ବିସାବଡୋଙ୍ଗ୍ ନିକଟସ୍ଥ ଏକ ଗଭୀର ଖାତରୁ ରାଜା ରଘୁବଂଶୀଙ୍କ ମୃତଦେହ ମିଳିଥିବା ଜଣାଯାଇଛି। ମୃତଦେହ ମିଳିବା ପରେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଲିସ ହତ୍ୟା ମାମଲା ରୁଜୁ କରିଛି ଏବଂ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଗଠନ କରି ନିଖୋଜ ପତ୍ନୀଙ୍କୁ ଖୋଜିବା ଆରମ୍ଭ କରିଛି।

ସୂଚନା ମୁତାବକ, ମୃତକଙ୍କ ଡାହାଣ ହାତରେ ଥିବା 'ରାଜା' ଟାଟୁରୁ ମୃତଦେହ ଚିହ୍ନଟ ହୋଇଛି। ଘଟଣାସ୍ଥଳରୁ ଜଣେ ମହିଳାଙ୍କ ଧଳା ସାର୍ଟ, ଏକ ପେଣ୍ଟ୍ରା ୪୦ଷ୍ଟ୍ରିପ୍, ଭିଭୋ ମୋବାଇଲର ଏକ ଭଙ୍ଗା ଏଲସିଡି ସ୍କ୍ରିନ୍ ଏବଂ ମୃତକଙ୍କ ହାତରୁ ଏକ ସ୍ମାର୍ଟ ଘଣ୍ଟା ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜା ଏବଂ ସୋନମ ଗତ ମାସ ୧୧ ମେ’ରେ ଇନ୍ଦୋରରେ ବିବାହ କରିଥିଲେ। ଏହା ପରେ ସେମାନେ ୨୦ ମେ’ରେ ହନିମୁନ୍ ପାଇଁ ବେଙ୍ଗାଲୁରୁ ଦେଇ ଶିଲଂରେ ପହଞ୍ଚିଥିଲେ। ୨୩ ମେ’ରେ ସେମାନଙ୍କର ଶେଷ ରହିବା ସ୍ଥାନ ଓସାରା ହିଲ୍ସ ନିକଟରେ ଥିଲା, ଯେଉଁଠାରେ ସେମାନେ ଭଡା ନେଇଥିବା ସ୍କୁଟି ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ସେବେଠାରୁ, ଉଭୟଙ୍କ ମୋବାଇଲ୍ ବନ୍ଦ ଥିଲା ଏବଂ ପରିବାର ସହିତ କୌଣସି ଯୋଗାଯୋଗ ହୋଇନଥିଲା। ପରିବାର ଲୋକ ଶିଲଂ ପୁଲିସ ଉପରେ ଅବହେଳାର ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତରେ, ଗାଇଡ୍ ଏବଂ ସ୍ଥାନୀୟ ଲୋକଙ୍କୁ ଠିକ୍ ଭାବରେ ପଚରାଉଚରା କରାଯାଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe