Advertisment

ମୁଁ ଦାବିର ସହ କହିବି ନାର୍କୋ ପରୀକ୍ଷା କରା ନଗଲେ ସୋନମ ଓ ରାଜ ଆଗାମୀ ଦିନରେ ଦେଇଥିବା ବୟାନରୁ ଓହରି ଯାଇପାରନ୍ତି: ରାଜାଙ୍କ ଭାଇ

Advertisment
New Project (25)

ନୂଆଦିଲ୍ଲୀ: ଇନ୍ଦୋରରେ ବହୁଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସମ୍ପ୍ରତି ମୃତକ ରାଜାଙ୍କ ପରିବାର ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।

ରାଜାଙ୍କ ଭାଇ ବିପିନ ରଘୁବଂଶୀ ଗଣମାଧ୍ୟମ ସହିତ ଆଲୋଚନା କରୁଥିବା ସମୟରେ ଦାବି କରି କହିଛନ୍ତି, ‘ସୋନମ ଓ ରାଜ ଦୁହେଁ ଡ୍ରଗ୍ସ ସେବନ କରନ୍ତି।  ଏହା ତାଙ୍କର ଅପରାଧିକ ଗତିବିଧିର ଏକ ବଡ଼ କାରଣ ହୋଇପାରେ। ‌ମୋ ଭାଇ ରାଜା ସହିତ ବିଶ୍ବାସଘାତକ ହୋଇଛି। ସୋନମ ଓ ରାଜ ବ୍ୟକ୍ତିଗତ ଭାବେ ଜଡ଼ିତ ଥିବା ସହିତ ସାଙ୍ଗ ହୋଇ ଡ୍ରଗ୍ସ ସେବନ ବି କରୁଥିଲେ।

ରାଜାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ଆନନ୍ଦ ଓ ଆକାଶଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ତେବେ କୋର୍ଟରେ ହାଜର ହେବା ସମୟରେ ଦୁହେଁ ପୂର୍ବରୁ ଦେଇଥିବା ବୟାନରୁ ଓହରି ଯାଇ କହିଛନ୍ତି ଆମେ ରାଜାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ନାହୁଁ।

ଆଗକୁ ସୋନମ ଓ ରାଜ ବି ନିଜ ବୟାନରୁ ଓହରିବାର ଆଶଙ୍କା ରହିଛି। ଏପରି ହେଲେ ରାଜାଙ୍କ ହତ୍ୟା କିପରି ଓ କାହିଁକି ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳି ପାରିବନାହିଁ। ତେଣୁ ଆମର ଦାବି ଅଭିଯୁକ୍ତମାନଙ୍କର ନାର୍କୋ ପରୀକ୍ଷା କରିବା ନିହାତି ଆବଶ୍ୟକ। କାହିଁକି ଏଯାବତ ଅଭିଯୁକ୍ତମାନଙ୍କ ନାର୍କୋ ପରୀକ୍ଷା କରାଯାଉନାହିଁ ତାହାର କାରଣ ମୁଁ କିଛି ବୁଝି ପାରୁନାହିଁ। ନାର୍କୋ ପରୀକ୍ଷା ‌ହୋଇଗଲେ ଅଭିଯୁକ୍ତମାନେ (ସୋନମ ରଘୁବଂଶୀ, ରାଜ କୁଶୱାହ, ବିଶାଳ ଚୌହ୍ବାନ, ଆକାଶ ରାଜପୁତ, ଆନନ୍ଦ କୁର୍ମି ସମେତ ଘର ମାଲିକ, ସୁରକ୍ଷାକର୍ମଚାରୀ ଓ ବ୍ରୋକର)  ନିଜ ବୟ‌ାନରୁ ଓହରି ପାରିବେ ନାହିଁ। ସତ ସାମ୍ନାକୁ ଆସିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe