ହସ୍ପିଟାଲରୁ ଚୋରି ହୋଇଯାଇଥିବା ନବଜାତ ଶିଶୁ ତିନିଦିନ ପରେ ଏପରି ମିଳିଲା

Advertisment
ହସ୍ପିଟାଲରୁ ଚୋରି ହୋଇଯାଇଥିବା ନବଜାତ ଶିଶୁ ତିନିଦିନ ପରେ ଏପରି ମିଳିଲା

Lokmat.com

ନୂଆଦିଲ୍ଲୀ: ରାଜସ୍ଥାନର ବାଡମେର ଜିଲ୍ଲା ହସ୍ପିଟାଲରୁ ତିନିଦିନ ପୂର୍ବରୁ ଚୋରି ହୋଇଯାଇଥିବା ନବଜାତ ଶିଶୁ ମିଳି ଯାଇଥିବା ଖବର ମିଳିଛି। ଶିଶୁ ଚୋରି ହୋଇଯିବା ପରେ ମା’ର ଅବସ୍ଥା ଶଙ୍କଟାପନ୍ନ ହୋଇଯାଇଥିଲା। କାନ୍ଦିକାନ୍ଦି ମା’ ଅଚେତ ହୋଇ ପଡ଼ୁଥିଲେ। ଏହି ଘଟଣା ପରେ ବାଡମେର ହସ୍ପିଟାଲରେ ଚହଳ ପଡ଼ି ଯାଇଥିଲା।

ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁକୁ ଖୋଜିବା ପାଇଁ ପୁଲିସ ଓ ପ୍ରଶାସନ ଲାଗି ପଡ଼ିଥିଲେ। ବାଡମେର ପୁଲିସ ଷ୍ଟେସନରୁ ପାଖାପାଖି ଶହେ ମିଟର ଦୂରରେ ଏକ ବ୍ୟାଗ ଭିତରେ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ସେ ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ପୁଲିସକୁ ନବଜାତ ଶିଶୁ ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ହସ୍ପିଟାଲକୁ  ଖବର ଦେବା ପରେ ହସ୍ପିଟାଲର କର୍ମଚାରୀ ଶିଶୁ ଆସି ନେଇ ଯାଇଥିଲେ।

ବାଡମେରର ମେଡିକାଲ କଲେଜର ରାଜକୀୟ ଚିକିତ୍ସାଳୟର ପୋଷ୍ଟ ଅପରେଟିଭ ୱାର୍ଡରୁ ୩ଦିନର ଶିଶୁ ଚୋରି ହୋଇଯାଇଥିଲା। ଏହାପରେ ଚୋରି ହୋଇଯାଇଥିବା ଶିଶୁ ପିତା ଜମରାଜ ସିଂହ କହିଥିଲେ, ସକାଳ ୫.୦୦ରେ ତାଙ୍କ ଶିଶୁ ନିଖୋଜ ହୋଇଯାଇଥିଲା। ଏହାପରେ ସେ  ଏନେଇ ନର୍ସ, ହସ୍ପିଟାଲ ପ୍ରଶାସନକୁ ଅଭିଯୋଗ କରିଥିଲେ କିନ୍ତୁ କେହି ଏହାର ଉତ୍ତର ଦେଇ ନଥିଲେ। ଏହାପରେ ସେ ଶିଶୁ ନିଖୋଜ ଥିବା ଖବର ପୁଲିସରେ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ହସ୍ପିଟାଲ ଭିତରେ ଲାଗିଥିବା ସିସିଟିଭି କ୍ୟାମେରା ଖରାପ ହୋଇଯାଇଥିଲା। ଆଉ ସେଠାରେ କୌଣସି ସୁରକ୍ଷାକର୍ମୀ ବି ଡିୟୁଟିରେ ବି ନଥିଲେ।

ବିଶେଷ ସୂତ୍ରରୁ ପ୍ରକାଶ, ଶିଶୁ ଚୋରି ହୋଇଯିବା ପରେ ମା’ର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଏହି କାରଣରୁ ଅପହରଣକାରୀ କେହି ନଜାଣିଲା ଭଳି ଶିଶୁକୁ ଏକ ବ୍ୟାଗରେ ପୂରାଇ ରାସ୍ତାରେ ରଖି ଚାଲି ଯାଇଥିଲା। ତେବେ ଅପହରଣକାରୀ କାହିଁକି ହସ୍ପିଟାଲରୁ ଶିଶୁକୁ ଚୋରି କରି ନେଇଥିଲା। ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା ବେଳେ ଅପହରଣକାରୀକୁ ଧରିବା ପାଇଁ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe