ଇନଫୋଭ୍ୟାଲି ରାସ୍ତା ନିର୍ମାଣରେ ଦୁର୍ନୀତି : ଠିକାଦାର ଅନିଲ ରାୟ ଗିରଫ

ଇନଫୋଭ୍ୟାଲି ରାସ୍ତା ନିର୍ମାଣରେ ଦୁର୍ନୀତି : ଠିକାଦାର ଅନିଲ ରାୟ ଗିରଫ

ଭୁବନେଶ୍ୱର / ଜୟପୁର : ଖୋର୍ଦ୍ଧା ଜିଲ୍ଲା ଯାଁଳାରେ ଆରମ୍ଭ ହେବାକୁ ଥିବା ଇନଫୋଭ୍ୟାଲିକୁ ରାସ୍ତା ନିର୍ମାଣରେ ୩ କୋଟି ୧୦ ଲକ୍ଷ ଟଙ୍କାର ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଗତକାଲି ରାତିରେ ଜୟପୁର ସହରର ଅନିଲ ରାୟଙ୍କୁ ଉଠେଇ ନେଇଛି ଇଓଡବ୍ଲ୍ୟୁର ୫ଜଣିଆ ଟିମ୍‌। ଆଜି ଅଭିଯୁକ୍ତ ଅନିଲ ରାୟଙ୍କୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରାଇବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଓଡ଼ିଶା କନଷ୍ଟ୍ରକସନ କରପୋରେସନ ଲିମିଟେଡ (ଓସିସିଏଲ)ର କମ୍ପାନି ସେକେଟ୍ରାରି ବିଭୁତି ଭୂଷଣ ସାହୁଙ୍କ ଅଭିଯୋଗକ୍ରମେ ସିନିୟର ମ୍ୟାନେଜର (ସିଭିଲ) ବିଶ୍ୱଜିତ ବିଶ୍ୱାଳ ୨୦୧୭ ଇଡକୋ ଅଧୀନରେ ଥିବା ଇନଫୋଭ୍ୟାଲିର ଆଭ୍ୟନ୍ତରିଣ ରାସ୍ତା ନିର୍ମାଣରେ ଚଞ୍ଚକତା କରି ୩କୋଟି ୧୦ଲକ୍ଷ ମଧ୍ୟରୁ ୨.୧୦ କୋଟି ଟଙ୍କା ହେରଫେର କରିଥିଲେ। ଇଓଡବ୍ଲ୍ୟୁ ଏହି ଟଙ୍କାର ହିସାବ ଖୋଜିବା ବେଳେ ଓସିସିଏଲରେ ଠିକାଦାର ଭାବେ କାର୍ଯ୍ୟ କରୁଥିବା ଅନିଲ ରାୟ (ବିଶ୍ୱଜିତଙ୍କ ଅତି ଘନିଷ୍ଠ)ଙ୍କ ଭୁବନେଶ୍ୱରରେ ଥିବା ଦୁଇଟି ଘରୋଇ ବ୍ୟାଙ୍କ ଆକାଉଣ୍ଟକୁ ୩ଲକ୍ଷ ଟଙ୍କାରୁ କମ୍‌ ଟ୍ରାନ୍ସଫୋର କରିଥିବା ଜଣାପଡିଛି। ଏହି ଅଭିଯୋଗରେ ପୂର୍ବରୁ ବିଶ୍ୱଜିତଙ୍କୁ ଚଳିତ ମାସ ୨୮ ତାରିଖରେ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe