ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ‘କାଳି ଆକ୍ରମଣ’

ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ‘କାଳି ଆକ୍ରମଣ’

www.ndtv.com

ନୂଆଦିଲ୍ଳୀ: ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ୨୪ ବର୍ଷୀୟା ଯୁବତୀଙ୍କ ଉପରେ ଶନିବାର କାଳି ଢାଳି ଆକ୍ରମଣ କରାଯାଇଥିବା ଅଭି‌ଯୋଗ ହୋଇଛି। ଏ ନେଇ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି।

ଦକ୍ଷିଣ-ପୂର୍ବ ଦିଳ୍ଲୀରେ ଯୁବତୀ ତାଙ୍କ ମ‌ାଆଙ୍କ ସହ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଏପରି ଅଭାବନୀୟ ଘଟଣା ଘଟିଥିଲା। ଯୁବତୀ ଜଣକ ପୁଲିସ୍‌ରେ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ଉପରେ କାଳି ଢାଳିବା ଘଟଣାରେ ୨ ଜଣଙ୍କର ସଂପୃକ୍ତି ରହିଛି।

ସେ ଅଭିଯୋଗ ଆଣି କହିଛନ୍ତି ଯେ କାଳିନ୍ଦୀ କୁଞ୍ଜ ରୋଡ୍‌ରେ ସେ ଓ ତାଙ୍କ ମାଆ ଚାଲି ଚାଲି ଯାଉଥିବା ବେଳେ ୨ ଜଣ ଆସି ତାଙ୍କ ଉପରେ ନିଳ ରଂଗର କାଳି ଢାଳି ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ଯୁବତୀଙ୍କ ଏହି ବୟାନ ପରେ ପରୀକ୍ଷା ପାଇଁ ତା‌ଙ୍କୁ ଏମ୍‌ସର ଟ୍ରମା ସେଣ୍ଟର୍‌କୁ ନିଆଯାଇଥିଲା। ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍‌ ସଂପୃକ୍ତ ଅଞ୍ଚଳର ସିସିଟିଭି କ୍ୟା‌ମେରା ଦେଖି ତଦନ୍ତ ଆରମ୍ଭ କରିବ ବୋଲି ଡିସିପି ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି।

ଯୁବତୀ ଜଣକ ପୂର୍ବରୁ ରାଜସ୍ଥାନ ମନ୍ତ୍ରୀ ମହେଶ ଜୋଶୀଙ୍କ ପୁଅ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା ଓ ମନ୍ତ୍ରୀଙ୍କ ପୁଅ ରୋହିତ ଜୋଶୀଙ୍କୁ ଧରିବା ପାଇଁ ଏକ ପୁଲିସ୍‌ ଟିମ୍‌ ଜୟପୁର ଯାଇଥିଲା। ମାତ୍ର ‌ସେ ସମୟରେ ରୋହିତ ଘରେ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe