ଭାଜପାକୁ ଭୋଟ ଦେବାକୁ ମନା କରିବାରୁ ଦଳିତଙ୍କ ଆଙ୍ଗୁଳିରେ ଜୋର କରି କାଳୀ ଲଗାଇ ଦେଲେ ପାଞ୍ଚଶହ ଟଙ୍କା

ଭାଜପାକୁ ଭୋଟ ଦେବାକୁ ମନା କରିବାରୁ ଦଳିତଙ୍କ ଆଙ୍ଗୁଳିରେ ଜୋର କରି କାଳୀ ଲଗାଇ ଦେଲେ ପାଞ୍ଚଶହ ଟଙ୍କା

ଏଏନ୍‌ଆଇ

ଚନ୍ଦୌଲି: ଲୋକସଭା ନିର୍ବାଚନ ୨୦୧୯ର ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଉତ୍ତରପ୍ରଦେଶ ଚନ୍ଦୌଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।  ମତାଦାତା ଆଙ୍ଗୁଳିରେ ଜୋରଜବରଦସ୍ତ କାଳୀ ଲଗାଇ ଦେଇଥିବା ଜଣାପଡ଼ିଛି। କାରଣ ସେମାନେ ଯେପରି ଅନ୍ୟକୁ ଭୋଟ ଦେଇ ପାରିବେ ନାହିଁ।

ଏଭଳି ଏକ ଘଟଣା ଚନ୍ଦୌଲୀର ତାରାଜୀବନପୁର ଗାଁର ଘଟିଛି। ଏଠାରେ ଦଳିତ ବସ୍ତିରେ ବସବାସ କରୁଥିବା ଲୋକମାନଙ୍କ ଅଭିଯୋଗ ରହିଛି କି ମତଦାନର ଗୋଟିଏ ଦିନ ପୂର୍ବରୁ ସେମାନଙ୍କ ଆଙ୍ଗୁଳିରେ ଜୋରଜବରଦସ୍ତ କାଳୀ ଲଗାଇ ଦିଆଯାଇଥିଲା। ଏଥିସହିତ ୫୦୦-୫୦୦ ଟଙ୍କା ଲେଖାଏଁ ବଣ୍ଟା ଯାଇଥିଲା। ଅଭିଯୋଗ କି ଏମିତି କାଣ୍ଡ ଘଟଣାଇବାରେ ସେମାନଙ୍କ ଗ୍ରାମର ତିନିଜଣ ଲୋକ ସାମିଲ ଅଛନ୍ତି। ତିନିଜଣ ଲୋକ ଭାଜପାକୁ ଭୋଟ ଦେବା ପାଇଁ କହିଥିଲେ। ଆମେ ମନା କରି ଦେବାରୁ ଟଙ୍କା ଦେଇ ଆଙ୍ଗୁଳିରେ ଜବରଦସ୍ତ କାଳୀ ଲଗାଇ ଦେଇଥିଲେ।

publive-image ଏଏନ୍‌ଆଇ

ଏଡିଏମଙ୍କ ସୂଚନା ଅନୁଯାୟୀ, ଏବେ ବି ଅଭିଯୋଗକାରୀ ଥାନାରେ ଅଛନ୍ତି । ଲୋକମାନଙ୍କ ଅଭିଯୋଗ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନେ ଏବେ ବି ଭୋଟ୍‌ ଦାନ କରିବା ଯୋଗ୍ୟ ଅଛନ୍ତି । କାହିଁକି ନା ସେତେବେଳେ ନିର୍ବାଚନ ଆରମ୍ଭ ହୋଇ ନଥିଲା । କେବଳ ଏଫଆଇଆରରେ ଲେଖିବାକୁ ପଡିବ କି ତାଙ୍କ ଆଙ୍ଗୁଠିରେ ଜବରଦସ୍ତି କାଳୀ ଲଗାଇ ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe