ବାପାଙ୍କ ଚିକିତ୍ସା ଏବଂ ନିଜ ବିବାହ ପାଇଁ କ୍ରାଇମ ସୋ’ ଦେଖି ଚୋରି କଲେ ଯୁବକ, କିନ୍ତୁ...

Advertisment
ବାପାଙ୍କ ଚିକିତ୍ସା ଏବଂ ନିଜ ବିବାହ ପାଇଁ କ୍ରାଇମ ସୋ’ ଦେଖି ଚୋରି କଲେ ଯୁବକ, କିନ୍ତୁ...

timesnownews.com

ନୂଆଦିଲ୍ଲୀ : ମିଛ କାହାଣୀ କହି ୧୦ଲକ୍ଷ ଟଙ୍କା ଚୋରି କରିଥିବାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଗଗନ ଦୀପ୍‌ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ବନ୍ଧୁ ବିବେକ ରାଘବ ତାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ । ଗିରଫ କରି ପଚରାଉଚରା କରିବା ପରେ ଚୋରି ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଗଗନ ଏକ ବ୍ୟବସାୟୀଙ୍କ ପାଇଁ କ୍ୟାସ୍ କଲେକ୍ଟର ଭାବେ କାମ କରୁଥିବା ବେଳେ ତାଙ୍କୁ ଜଣଙ୍କଠାରୁ ୧୦ଲକ୍ଷ ଟଙ୍କା ଆଣିବା ପାଇଁ କୁହାଯାଇଥିଲା । ୧୦ଲକ୍ଷ ଟଙ୍କା ଆଣିବା ପରେ ସେ ନିଜ ମାଲିକଙ୍କୁ ଫୋନ କରି ଦୁଇଜଣ ବାଇକ୍‌ ଆରୋହୀ ଟଙ୍କା ଛଡ଼ାଇ ନେଇଥିବା ନେଇ ମିଛ କହିଥିଲେ । କ୍ରାଇମ୍‌ ସୋ’ ଦେଖି ସେ ଏଭଳି କାହାଣୀ ରଚିଥିଲେ ମଧ୍ୟ ଫସି ଯାଇଥିଲେ । ଗଗନଙ୍କ ମାଲିକ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଗଗନକୁ ଡ଼ାକି ପଚରାଉଚରା କରିଥିଲା । ପ୍ରଥମେ ଗଗନ ନିଜ ଅପରାଧ ମାନି ନଥିବା ବେଳେ ପରେ ନିଜର ବିବାହ ଏବଂ ବାବାଙ୍କ ଚିକିତ୍ସା ପାଇଁ ସେ ଏଭଳି କାମ କରିଥିବା ସ୍ୱୀକାର କରିଥିଲେ । ଏହା ସହ ଏହି କାମରେ ତାଙ୍କୁ ବିବେକ ସାହାଯ୍ୟ କରିଥିଲେ । ସବୁ ସତ ସାମ୍ନାକୁ ଆସିବା ପରେ ପୁଲିସ ଦୁହିଁଙ୍କୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe