ଶୀଘ୍ର ଟଙ୍କା ଆୟ କରିବାର ନିଶା ସଜାଇଲା ହତ୍ୟାକାରୀ, ସାଙ୍ଗକୁ ଡ଼ାକି ନେଇ ହତ୍ୟା କଲା ଯୁବକ

ଶୀଘ୍ର ଟଙ୍କା ଆୟ କରିବାର ନିଶା ସଜାଇଲା ହତ୍ୟାକାରୀ, ସାଙ୍ଗକୁ ଡ଼ାକି ନେଇ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ: ଶୀଘ୍ର ଟଙ୍କା ଆୟ କରିବାର ନିଶା ସଜାଇଲା ହତ୍ୟାକାରୀ। ସାଙ୍ଗକୁ ଡ଼ାକି ନେଇ ହତ୍ୟା କଲା ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ଦିଲ୍ଲୀର ବୁରାରୀ ଅଞ୍ଚଳରେ। ଅଭିଯୁକ୍ତଜଣକ ବଲିଉଡ ଫିଲ୍ମ 'ଅପହରଣ' ଦେଖି ଏଭଳି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି। ପୁଲିସ ୨ଜଣଙ୍କୁ ଗିରଫ କରିଥିବା‌ ବେଳେ ଅଭିଯୁକ୍ତଙ୍କ ନାଁ ଗୋପାଳ ଓ ସୁଶୀଲ ବୋଲି ଚିହ୍ନଟ କରାଯାଇଛି।

ପୁଲିସର କହିବା ମୁତାବକ, ମୃତକ ରୋହନ, ଗୋପାଳ କାମ କରୁଥିବା ସୋ’ରୁମକୁ ଜିନିଷ କିଣିବା ପାଇଁ ଆସନ୍ତି। ତାଙ୍କୁ ଦେଖି ଧନୀ ଘରର ପିଲା ବୋଲି ଭାବି ଗୋପାଳ ତାଙ୍କୁ ଅପହରଣ କରିବାକୁ ଯୋଜନା କରିଥିଲା। ଅପହରଣ କରି ତାଙ୍କ ପରିବାରକୁ ଟଙ୍କା ମାଗିବା ସହ ଶୀଘ୍ର ଧନୀ ହେବାକୁ ଚାହୁଁଥିଲା ଗୋପାଳ। ସେଥିପାଇଁ ରୋହନ ସହିତ ବନ୍ଧୁତା ବଢ଼ାଇବା ସହ ଘଟଣା ଦିନ ନିଜର ଜନ୍ମଦିନ ପାର୍ଟିି ଅଛି ବୋଲି କହି ରୋହନକୁ ଆସିବାକୁ ନିମନ୍ତ୍ରଣ କରିଥିଲା ଗୋପାଳ। ପାର୍ଟି କରିବା ପାଇଁ ଗୋପାଳ ଏକ ରୁମ୍ ମଧ୍ୟ ବୁକ୍ କରିଥିଲା। ସେଠାରେ ରୋହନ ପହଞ୍ଚିବା ପରେ ତାଙ୍କ ପରିବାର ଧନୀ ନୁହଁ ବୋଲି ଜାଣି ରାଗରେ ଗୋପାଳ ରୋହନଙ୍କୁ ହତ୍ୟା କରିଥିଲା। ଏଥିରେ ତାଙ୍କୁ ସାହାଯ୍ୟ କରିଥିଲା ସୁଶୀଲ। ହତ୍ୟା ପରେ ଦୁହେଁ ରୋହନଙ୍କୁ ସେହି ଘରେ ଛାଡ଼ି ଚାଲିଆସିଥିଲେ।

ଠିକ ସମୟରେ ରୋହନ ଘରେ ନପହଞ୍ଚିବାରୁ ପରିବାର ଲୋକେ ପୁଲିସକୁ ସୂଚନା ଦେଇ ଏତଲା ଲେଖାଇଥିଲେ। ଏତଲା ପରେ ତଦନ୍ତ କରାଯିବାରୁ ପୁଲିସ ଦୁହିଁଙ୍କୁ ଗିରଫ କରିବା‌ରେ ସଫଳ ହୋଇଥିଲା। ଗିରଫ ପରେ ଫିଲ୍ମ 'ଅପହରଣ' ଦେଖି ଦୁହେଁ ଏଭଳି କରିଥିବା ପୁଲିସକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe