ଦ୍ୱିତୀୟ ଦିନରେ ବିଭୋର ଦର୍ଶକ

Advertisment

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ

ଦ୍ୱିତୀୟ ଦିନରେ ବିଭୋର ଦର୍ଶକ

ଭୁବନେଶ୍ୱର: ଜେଡି ସେଣ୍ଟର ଅଫ୍‌ ଆର୍ଟ ପକ୍ଷରୁ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଚାଲିଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ଦ୍ୱିତୀୟ ଦିନରେ ବହୁ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଦେଖିବାକୁ ମିଳିଥିଲା। ପ୍ରଥମେ କମଲ ସ୍ୱରୂପଙ୍କ ନିର୍ମିତ ‘ଅତୁଲ୍‌’ ପ୍ରଦର୍ଶିତ ହୋଇଥିଲା। ପରେ ନିଜେ ଶ୍ରୀ ସ୍ୱରୂପ ଦର୍ଶକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଓସ୍‌କାର ପୁରସ୍କାରପ୍ରାପ୍ତ ଇରାନର ଅସ୍‌ଗର ଫର୍‌ହାଦିଙ୍କ ଚଳଚ୍ଚିତ୍ର ‘ଦି ସେଲ୍‌ସମ୍ୟାନ୍‌’, ଟମ୍‌ ଲୁଏଙ୍କ ‘ଟାଇମ୍‌ ସ୍ପେସେସ୍‌’, ଋଷିଆର ସ୍ମିର୍‌ନୋଭ ଇଗୋରଙ୍କ ‘ଉଡେନ୍‌ ଟେମ୍ପଲ୍‌ସ ଅଫ୍‌ ଦି ଲେନିନ୍‌ଗ୍ରାଦ୍‌ ରିଜିନ୍‌’, ପି ଶ୍ରୀବାସ୍ତବଙ୍କ ନିର୍ମିତ ‘ଗିରୀଶ କସାରାଭାଲି’, ଭଳି ଚଳଚ୍ଚିତ୍ର ଦେଖିବାକୁ ଯୁବବର୍ଗଙ୍କ ଭିଡ଼ ହୋଇଥିଲା। ସଂଜୟ ଭଟ୍ଟଙ୍କ ଦ୍ୱାରା କଳାକାର ଜଗଦୀଶ କାନୁନ୍‌ଗୋ, କବି ସୌଭାଗ୍ୟ ମିଶ୍ରଙ୍କ ଉପରେ ଚଳଚ୍ଚିତ୍ର ଦେଖିବାକୁ ମିଳିଥିଲା। ଏଥିସହିତ ଅଭୟ ନାୟକଙ୍କ ‘ସାନ୍ତାଳ’ ଚଳଚ୍ଚିତ୍ର ମଧ୍ୟ ଦର୍ଶକ ଦେଖିଥିଲେ। ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ସ୍ୱର୍ଗତ ନିରଦ ମହାପାତ୍ରଙ୍କ ସ୍ମୃତିରେ ଆଜି ଇଡ୍‌କଲ୍‌ ମଞ୍ଚରେ ୨୧୨ତମ କଳାକାରଙ୍କ ସାଙ୍ଗେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିିରେ ‘ନିତିଦିନ’ର ସମ୍ପାଦକ ସମ୍ପଦ ମହାପାତ୍ର, ଚଳଚ୍ଚିତ୍ର ନିର୍ମାତା ସୁଶାନ୍ତ ମିଶ୍ର, କମଲ ସ୍ୱରୂପ, ସୁଧୀର ଟଣ୍ଡନ୍‌ ଉପସ୍ଥିତ ଥିଲେ। ବୀରେନ୍‌ ଦାସ ଏହାକୁ ସଂଯୋଜନା କରିଥିଲେ। ଦ୍ୱିତୀୟ ଦିବସରେ ଦୁଇଟି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ନନ୍ଦନ ସକ୍‌ସେନାଙ୍କ ଦ୍ୱାରା ‘ଡିଜିଟାଲ୍‌ ଚଳଚ୍ଚିତ୍ର ନିର୍ମାଣ ଓ ସ୍ୱଳ୍ପ ଅର୍ଥରେ ଉତ୍ତମ ଚଳଚ୍ଚିତ୍ର ନିର୍ମାଣ’ ଏବଂ କାନାଡ଼ାରୁ ଆସିଥିବା ଶିଳ୍ପୀ ବ୍ରିଆନ ମଲ୍‌ଭିହିଲ୍‌ଙ୍କ ଦ୍ୱାରା ‘ଲିପି’ ଉପରେ କର୍ମଶାଳା ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe