ଆଇନ୍‌ଜୀବୀଙ୍କ ଉପରେ ଏସିଡି ମାଡ଼ ଘଟଣାରେ ତଦନ୍ତ ଆରମ୍ଭ

Advertisment

ଆଇନଜୀବୀ ପି.ରାମାରାଓଙ୍କ ଘରେ ଗତକାଲି କିଛି ଦୁର୍ବୃତ୍ତ ପଶି ତାଙ୍କ ଉପରେ ଏସିଡ୍‌ ମାଡ଼ କରିବା ଘଟଣାକୁ ପୁଲିସ ଗୁରୁତ୍ବର ସହ ନେଇଛି। ଏନେଇ ପାରଳା ଥାନାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଧରିବାକୁ ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।

ଆଇନଜୀବୀ ପି.ରାମାରାଓଙ୍କ ଘରେ ଗତକାଲି କିଛି ଦୁର୍ବୃତ୍ତ ପଶି ତାଙ୍କ ଉପରେ ଏସିଡ୍‌ ମାଡ଼ କରିବା ଘଟଣାକୁ ପୁଲିସ ଗୁରୁତ୍ବର ସହ ନେଇଛି। ଏନେଇ ପାରଳା ଥାନାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଧରିବାକୁ ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।

acid kh

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜଙ୍ଗମସାହି ବାସିନ୍ଦା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଘରେ ଗତକାଲି କିଛି ଦୁର୍ବୃତ୍ତ ପଶି ତାଙ୍କ ଉପରେ ଏସିଡ୍‌ ମାଡ଼ କରିବା ଘଟଣାକୁ ପୁଲିସ ଗୁରୁତ୍ବର ସହ ନେଇଛି। ଏନେଇ ପାରଳା ଥାନାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଧରିବାକୁ ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଆଜି ପୁଲିସ ସହରର ବିଭିନ୍ନ ସ୍ଥାନ ଓ ସାହିର ଆଖପାଖ ଇଲାକାରେ ଲାଗିଥିବା ସିସିକ୍ୟାମେରାରୁ ଫୁଟେଜ୍ ସଂଗ୍ରହ କରି ଏହାକୁ ତଦନ୍ତ ପରିସରଭୁକ୍ତ କରିଛି। ତେବ‌େ ଏଯାଏ ଅଭିଯୁକ୍ତ ଧରାପଡ଼ିନାହାନ୍ତି। 

ଏହି ଘଟଣାକୁ ପାରଳାଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି କୋର୍ଟ ପରିସରରେ ସଂଘର ଏକ ଜରୁରୀ ବୈଠକ ବସିଥିଲା। ଘଟଣାର ଦିନକ ପରେ ମଧ୍ୟ ପୁଲିସ ହାତ ଖାଲିଥିବାରୁ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସୋମବାର ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ ନ କଲେ କୋର୍ଟ ବର୍ଜନ ସହ ଗଜପତି ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିପାଇଁ ରାଜ୍ୟ ଓକିଲ ସଂଘ ସମେତ ରାଜ୍ୟର ସମସ୍ତ ଓକିଲ ସଂଘର ସହଯୋଗ ଲୋଡ଼ାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଓକିଲ ସୁରକ୍ଷା ଆଇନ ଲାଗୁ ସହ ଆହତ ରାମାରାଓଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତାରାଶି ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ରାମାରାଓ ବର୍ତ୍ତମାନ ବିଶାଖାପାଟଣାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜଙ୍ଗମସାହି ବାସିନ୍ଦା ହେଉଛନ୍ତି ଆଇନଜୀବୀ ପି ରାମା ରାଓ। ଆଜି ଶ୍ରୀ ରାଓ ଘରେ ଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଜଙ୍ଗମସାହିସ୍ଥିତ ଶ୍ରୀ ରାଓଙ୍କ ଘରେ ପହଞ୍ଚି ଥିଲେ। ଜଣେ ଲୋକ ଗାଡ଼ି ଚଳାଇ ଘର ବାହାରେ ପ୍ରସ୍ତୁତ ଥିବା ବେଳେ ଅନ୍ୟ ବ୍ୟକ୍ତି ଜଣକ ଶ୍ରୀ ରାଓ ଘର ବାହାରେ ଥିବା କଲିଂ ବେଲ୍‌ ସୁଇଚ୍‌ ଚିପିଥିଲେ। କଲିଂ ବେଲ୍‌ ଶଦ୍ଦ ଶୁଣି ଶ୍ରୀ ରାଓ ଘର ଭିତରୁ ବାହାରିଥିଲେ। ଶ୍ରୀ ରାଓ କବାଟ ଖୋଲି ବାହାରକୁ ଆସିଥିଲେ। ଏତିକି ବେଳେ ଦୁର୍ବୃତ୍ତ ଜଣକ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବୋତଲରେ ରଖିଥିବା ଏସିଡ୍‌କୁ ଶ୍ରୀ ରାଓଙ୍କ ଉପରେ ଅତର୍କିତ ମାଡ଼ କରିଥିଲେ। ଏହା ପରେ ସେ ଅନ୍ୟ ଦୁର୍ବୃତ୍ତଙ୍କ ସହିତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe