ଜନ୍ମଦିନ ଭୋଜିକୁ ଡାକି ବିବସ୍ତ୍ର କରିଦେବାରୁ ଜୀବନ ହାରିଲେ ନାବାଳକ

ଜନ୍ମଦିନ ଭୋଜିକୁ ଡାକି ନାବାଳକକୁ ଅପମାନିତ କଲେ। ବିବସ୍ତ୍ର କରିବା ସହ ମାଡ଼ ମାରିଲେ ଓ ପରିସ୍ରା କଲେ ଅଭିଯୁକ୍ତ। ଏତେ ସବୁ ଅପମାନ ସହିବା ପରେ ପୁଲିସ ଏତଲା ନରଖିବାରୁ ନାବାଳକ ଜୀବନ ହାରିଥିବା ଜଣାଯାଇଛି।

bibastra

ବସ୍ତି(ଉତ୍ତରପ୍ରଦେଶ): ସାଙ୍ଗମାନେ ଜନ୍ମଦିନ ଭୋଜିକୁ ଡାକି ନାବାଳକକୁ ଅପମାନିତ କଲେ। ବିବସ୍ତ୍ର କରିବା ସହ ମାଡ଼ ମାରିଲେ ଓ ପରିସ୍ରା କଲେ ଅଭିଯୁକ୍ତ। ଏତେ ସବୁ ଅପମାନ ସହିବା ପରେ ପୁଲିସ ଏତଲା ନରଖିବାରୁ ନାବାଳକ ଜୀବନ ହାରିଥିବା ଜଣାଯାଇଛି। ଉତ୍ତରପ୍ରଦେଶରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ଆଦିତ୍ୟ ବୋଲି ଜଣାଯାଇଛି। ଏହି ଘଟଣାକୁ ନେଇ ଏବେ ପୁଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଦିତ୍ୟଙ୍କ ଦାଦା କରିଥିବା ଅଭିଯୋଗ ମୁତାବକ, "ଆଦିତ୍ୟଙ୍କୁ ଗାଁର ଏକ ଜନ୍ମଦିନ ଭୋଜିରେ ନିମନ୍ତ୍ରଣ କରାଯାଇଥିଲା। ପୂର୍ବରୁ ଯୋଜନା କରାଯାଇଥିଲା କି ନାହିଁ ଆମେ ଜାଣି ନାହୁଁ। କିନ୍ତୁ ଭୋଜିକୁ ଯିବା ପରେ ତାଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିଲା ଏବଂ ତାଙ୍କ ଉପରେ ପରିସ୍ରା କରାଯାଇଥିଲା। ଡିସେମ୍ବର ୨୦ରେ ଏହି ଘଟଣା ଘଟିଥିବା ବେଳେ ଆମକୁ ୨୧ରେ ଜଣାଇଥିଲେ ଆଦିତ୍ୟ। ଏନେଇ ଆମେ ଅଭିଯୋଗ କରିବାକୁ ଯାଇଥିଲେ ବି ପୁଲିସ ଏତଲା ରଖିବାକୁ ରାଜି ହୋଇନଥିଲା। ଘରକୁ ଫେରିବା ପରେ ଅଭିଯୁକ୍ତମାନେ ପୁଣି ଥରେ ଆଦିତ୍ୟକୁ ଅପମାନିତ କରିଥିଲେ। ଏଥିରେ ଭାଙ୍ଗିପଡ଼ି ଆଦିତ୍ୟ ଜୀବନ ହାରିଥିଲା। ଆଦିତ୍ୟଙ୍କ ମୃତ୍ୟୁ ପରେ ଯାଇ ପୁଲିସ ଏତଲା ରଖି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe