ଜୀବନ ହାରିବା ପୂର୍ବରୁ ଦାୟୀ କରିଥିଲେ ଆଇପିଏସ୍ ଅଧିକାରୀ ୱାଇ ପୁରନ କୁମାର, ଏବେ ପଦରୁ ହଟିଲେ ରୋହତକ ଏସପି

Advertisment

ଆଇପିଏସ୍‌ଙ୍କ ମୃତ୍ୟୁ ପରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇ ଆସୁଥିବା ବେଳେ ଆଜି ହରିୟାଣା ସରକାର ରୋହତକର ପୁଲିସ ଅଧିକ୍ଷକ(ଏସପି) ନରେନ୍ଦ୍ର ବିଜ୍‌ରାନିଆଙ୍କୁ ତାଙ୍କ ପଦରୁ ହଟାଇଛନ୍ତି।

ଆଇପିଏସ୍‌ଙ୍କ ମୃତ୍ୟୁ ପରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇ ଆସୁଥିବା ବେଳେ ଆଜି ହରିୟାଣା ସରକାର ରୋହତକର ପୁଲିସ ଅଧିକ୍ଷକ(ଏସପି) ନରେନ୍ଦ୍ର ବିଜ୍‌ରାନିଆଙ୍କୁ ତାଙ୍କ ପଦରୁ ହଟାଇଛନ୍ତି।

Untitled-17

ରୋହତକ: ଆଇପିଏସ ପୁରନଙ୍କ ଆତ୍ମହତ୍ୟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆଇପିଏସ୍‌ଙ୍କ ମୃତ୍ୟୁ ପରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇ ଆସୁଥିବା ବେଳେ ଆଜି ହରିୟାଣା ସରକାର ରୋହତକର ପୁଲିସ ଅଧିକ୍ଷକ(ଏସପି) ନରେନ୍ଦ୍ର ବିଜ୍‌ରାନିଆଙ୍କୁ ତାଙ୍କ ପଦରୁ ହଟାଇଛନ୍ତି। କିଛି ଦିନ ପୂର୍ବରୁ, ଆଇପିଏସ୍ ଅଧିକାରୀ ୱାଇ. ପୁରନ୍ କୁମାର ତାଙ୍କ ଚଣ୍ଡିଗଡ଼ ବାସଭବନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ, ଯେଉଁଥିରେ ସେ ବିଜ୍‌ରାନିଆ ଏବଂ ୮ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପରେ "ଜାତି-ଭିତ୍ତିକ ଭେଦଭାବ, ମାନସିକ ନିର୍ଯାତନା, ସାର୍ବଜନୀନ ଅପମାନ ଏବଂ ଅତ୍ୟାଚାର"ର ଅଭିଯୋଗ ଆଣିଥିଲେ।

ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ ପୁରନ କୁମାରଙ୍କ ମୃତ୍ୟୁକୁ ନେଇ ବଢ଼ୁଥିବା ରହସ୍ୟ ଉପରେ ଯାଞ୍ଚ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଅକ୍ଟୋବର ୭ତାରିଖରେ ଅଧିକାରୀଙ୍କ ମୃତଦେହ ତାଙ୍କ ଘରେ ଥିବା ଶବ୍ଦ ପ୍ରତିରୋଧୀ କୋଠରୀ ଭିତରୁ ମିଳିଥିଲା। ଏକ ସୋଫାରେ ତାଙ୍କ ମୃତଦେହ ପଡ଼ିଥିବା ବେଳେ ତାଙ୍କ ମୁଣ୍ଡର ଡାହାଣ ପାର୍ଶ୍ୱରେ ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା। ଅତି ନିକଟରୁ ସେ ନିଜକୁ ଗୁଳି କରିଥିଲେ। ସ୍ବାମୀଙ୍କ ମୃତ୍ୟୁର ଖବର ପାଇବା ପରେ ଆଇଏଏସ୍ ପତ୍ନୀ ଘରେ ପହଞ୍ଚିଥିଲେ ଏବଂ ତାଙ୍କ ହାତରେ ସୁଇସାଇଡ୍ ନୋଟ୍। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ତାଙ୍କ ପତ୍ନୀ ୱାଇ ପୁରନ କୁମାରଙ୍କ ବ୍ୟବଚ୍ଛେଦ କରିବାକୁ ଅନୁମତି ଦେଇନଥିଲେ। ୫ଦିନ ହେଲାଣି ତାଙ୍କ ମୃତଦେହ ଶବଗୃହରେ ରହିଛି।

 ips-puran-suicide-case 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe