ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କୁ ମିଳିଲା ‘ମୁଁ ବି ଚୌକିଦାର’ ଲେଖାଥିବା ଚା’ କପ୍‌: ଫଟୋ ଭାଇରାଲ ହେଲା ପରେ ରେଳବାଇ ଦେଲା ଏପରି ସଫେଇ

Advertisment
ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କୁ ମିଳିଲା ‘ମୁଁ ବି ଚୌକିଦାର’ ଲେଖାଥିବା ଚା’ କପ୍‌: ଫଟୋ ଭାଇରାଲ ହେଲା ପରେ ରେଳବାଇ ଦେଲା ଏପରି ସଫେଇ

Times Now

ନୂଆଦିଲ୍ଲୀ: ଶୁକ୍ରବାର ‘ମୁଁ ବି ଚୌକିଦାର’ ଲେଖାଥିବା କପ୍‌ରେ ଯାତ୍ରୀଙ୍କୁ ରେଳରେ ଚା’ ଦିଆଯିବା ଘଟଣା ସାମ୍ନାକୁ ଆସିଥିଲା। କାଠଗୋଦାମ୍‌ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ । ‘ମୁଁ ବି ଚୌକିଦାର’ ଲେଖାଥିବା ଏହି ପେପର ଚା’କପ୍‌ ଫଟୋ ଟୁଇଟ କରିଥିଲେ।

ଏହି ଫଟୋ ଭଇରାଲ ହେବା ପରେ ରେଳବାଇ ପକ୍ଷରୁ ପ୍ରକାଶ ଯେ, ଏହି କପ ହଟାଇ ଦିଆଯାଇଛି ଓ ଠିକାଦାରକୁ ଦଣ୍ଡିତ ମଧ୍ୟ କରାଯାଇଛି। ଏହି କପ୍‌ରେ ବିଜ୍ଞାପନ ‘ସଂକଳ୍ପ ଫାଉଣ୍ଡେସନ୍‌’ ଦେଇଥିବା ଜଣାପଡ଼ିଛି।

କିଛିଦିନ ପୂର୍ବରୁ ରେଳବାଇ ଉପରେ ନିର୍ବାଚନ ଆଚର ସଂହିତା ଉଲଂଘନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଟିକେଟ ଜାରି କରିବା ନେଇ ଅଭିଯୋଗ ହୋଇଥିଲା। ପରେ ରେଳବାଇ ଏନେଇ ସଫେଇ ଦେଇ ଭୁଲବଶତଃ ହୋଇଯାଇଥିବା କଥା କହିଥିଲା।

ଆଇଆରସିଟିସିର ଜଣେ ପ୍ରବକ୍ତାଙ୍କ କହିବାନୁସାରେ, ‘ମୁଁ ବି ଚୌକିଦାର’ ଲେଖା ଥିବା ଚା’ କପ୍‌ର ଯାଞ୍ଚ କରାଯାଇଥିଲା। ଏହା ଆଇଆରସିଟିସିର ବିନା ମଞ୍ଜୁରିରେ କରାଯାଇଛି। ସୁପରଭାଇଜର କାମରେ ଅବହେଳା କରିଥିବା ନେଇ ସ୍ପଷ୍ଟୀକରଣ ମାଗା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe