ନୂଆଦିଲ୍ଲୀ: ମୋମୋଜ ଯୁବପିଢ଼ିମାନଙ୍କ ମଧ୍ୟରେ ଏକ ଲୋକପ୍ରିୟ ଖାଦ୍ୟ ପାଲଟି ଯାଇଛି। ଦିନକୁ ଦିନ ଏହି ଖାଦ୍ୟ ପ୍ରତି ଲୋକଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାସ୍ତାପାର୍ଶ୍ବରେ ବି ଅନେକ ମୋମୋଜ ଦୋକାନ ଖୋଲିଗଲାଣି। ତେବେ ‌ମୋମୋଜ ଖାଉଥିବା ଲୋକେ ଏଣିକି ସାବଧାନତା ଅବଲମ୍ବନ କରନ୍ତୁ। କାରଣ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ବି ଚକିତ ହୋଇଯିବେ।ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ପ୍ରଶାସନ ମଧ୍ୟ ତତ୍ପର ହୋଇ ତଦନ୍ତ ଆରମ୍ଭ କରିଛି।

Advertisment


 

ଜବଲପୁର ପୁଲିସ ଏହି ଭାଇରାଲ ଭିଡିଓ ସମ୍ପର୍କରେ ସୂଚନା ଦେଇ କହିଛି, ‘ମୋମୋଜ ତିଆରି କରିବା ସମୟରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଉ ନାହିଁ । ଯେଉଁ ଖାଦ୍ୟରେ ସ୍ୱଚ୍ଛତା ମାନ ବଜାୟ ରଖାଯାଏ ନାହିଁ,  ଉକ୍ତଖାଦ୍ୟ ସାମଗ୍ରୀ ଜଣକୁ ଅସୁସ୍ଥ କରିପାରେ। ଏହିପରି ଭାବେ ପ୍ରସ୍ତୁତ ମୋମୋଜ ଖାଇବା ଦ୍ବାରା ଆପଣମାନେ ଡାକ୍ତରଖାନାକୁ ଯାଇପାରନ୍ତି।

ଏହି କ୍ଲିପ୍‌ରେ ଯୁବକ ଜଣକ ଗୋଡରେ ମୋମୋଜ ପ୍ରସ୍ତୁତ ପାଇଁ ଆବଶ୍ୟକ ପଡ଼ୁଥିବା ମଇଦାକୁ ଦଳୁଥିବା ଦେଖିବାକୁ ମିଳୁଛି।  ଏହିପରି ଭାବେ ମୋମୋଜ ତିଆରି କରି ଲୋକଙ୍କ ସ୍ୱାସ୍ଥ୍ୟ ଓ ଲୋକଙ୍କ ଜୀବନ ସହିତ ଖେଳ ଖେଳାଯାଉଛି ।

କେହି ଜଣେ ଏଭଳି ଭାବେ ମୋମୋଜ ପ୍ରସ୍ତୁତ ହେଉଥିବାର ଭିଡିଓ ପ୍ରସ୍ତୁତ କରିବା ପରେ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥି‌ଲେ।  ଯାହାକି ଭାଇର‌ାଲ ହୋଇଯାଇଛି। ଏହି  ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।
ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଯିଏବି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିକ୍ରିୟା ଦେଇକହିଛି।

ଅଧିକପଢ଼ନ୍ତୁ: ହଷ୍ଟେଲ କ୍ୟାଣ୍ଟିନ ଖାଦ୍ୟରେ ଅସରପା ଓ ପୋକଯୁକ୍ତ ଖାଦ୍ୟ