ଜୟପୁର ଦୁଷ୍କର୍ମ ମାମଲା: ଅଭିଯକ୍ତଙ୍କୁ କୋଟାରୁ ଗିରଫ କଲା ରାଜସ୍ଥାନ ପୁଲିସ

Advertisment
ପୁରୀ : ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

Image Source: India Today

ଜୟପୁର: ଜୟପୁରର ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣେ ୭ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରାଯାଇଥିବା କଥା ଅଭିଯୋଗ ହେବାର ପାଞ୍ଚ ଦିନ ପରେ ରାଜସ୍ଥାନ ପୁଲିସ ଶନିବାର ଦିନ କୋଟା ଠାରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩୫ ବର୍ଷିୟ ଅଭିଯୁକ୍ତର ନା ସିକନ୍ଦର ଓରଫ୍‌ ଜିବାନୁ। ବିଳମ୍ବିତ ରାତ୍ରୀରେ ତାଙ୍କୁ ଜୟପୁରକୁ ଅଣାଯାଇଛି।

କୋଟାର ଭୀମଗଞ୍ଜ ବଜାର ଅଞ୍ଚଳରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିବା ବେଳେ ସିକନ୍ଦର ଧରାପଡ଼ିଥିଲା। ଜୟପୁର ପୁଲିସ କମିସନର୍‌ ଆନନ୍ଦ ଶ୍ରୀବାସ୍ତବ କହିଛନ୍ତି ଯେ ୨୦୦୪ରେ ଜଣେ ୧୧ ବର୍ଷିୟ ବାଳକ ସହ ଅପ୍ରାକୃତିକ ଯୌନକ୍ରିୟା ଏବଂ ହତ୍ୟା କରିଥିବା ଅଭିଯୋଗରେ ସିକନ୍ଦର ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିଲେ। ସେ ୨୦୧୫ରେ ଜେଲ୍‌ରୁ ମୁକୁଳିଥିଲେ।

publive-image Image Source: The Hindu

୨୦୧୭ରେ ଜୟପୁରର ଭାଟ ବସ୍ତି ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କ ପ୍ରତି ଅସଦାଚରଣ କରିବା ସମେତ ସେ ଗୁଡ଼ାଏ ଅପରାଧ କରିଛି ବୋଲି ପୁଲିସ କହିଛି।

ଜୁଲାଇ ୧ ତାରିଖ ଦିନ ସିକନ୍ଦର ୭ ବର୍ଷୀୟ ଝିଅଟିକୁ ଅପହରଣ କରିବା ପରେ ନିର୍ଦ୍ଧାରିତ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ପରେ ତାକୁ ତା’ର (ଝିଅର) ଘର ନିକଟରେ ଫିଙ୍ଗି ଦେଇଥିଲା। ଚିକିତ୍ସା ନିମନ୍ତେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିକ କରିବା ପରେ ତା’ର ଅବସ୍ଥାରେ ଉନ୍ନତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe