ସ୍କୁଲ୍‌ରେ ପଶି ଗୁଣ୍ଡାଗର୍ଦି; ପ୍ରଧାନ ଶିକ୍ଷକଙ୍କୁ ୨୦ ସେକେଣ୍ଡ୍‌ରେ ୧୮ ଚାପୁଡ଼ା

ସ୍କୁଲ୍‌ରେ ପଶି ଗୁଣ୍ଡାଗର୍ଦି; ପ୍ରଧାନ ଶିକ୍ଷକଙ୍କୁ ୨୦ ସେକେଣ୍ଡ୍‌ରେ ୧୮ ଚାପୁଡ଼ା

ଲକ୍ଷ୍ନୌ: ୟୁପିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଲୌନ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଜଣେ ଗୁଣ୍ଡା ପଶି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିବା ଏକ ଭାଇରାଲ୍‌ ଭିିଡିଓରେ ଦେଖିବାକୁ ମିଳିଛି। ଗୁଣ୍ଡା ଜଣକ ପ୍ରଧାନ ଶିକ୍ଷକଙ୍କୁ ୨୦ ସେକେଣ୍ଡରେ ୧୮ ଚାପୁଡ଼ା ମାରିଥିବା ଭିଡ଼ିଓରେ ଦୃଶ୍ୟମାନ ହୋଇଛି।

ଏ ନେଇ ଶିକ୍ଷକ ଜଣକ ଥାନାରେ ଅଭିଯୋଗ ଆଣିଛନ୍ତି। ଯଦି ସେହି ଗୁଣ୍ଡାକୁ ପୁଲିସ୍‌ ଗିରଫ ନକରେ ତେବେ ସ୍କୁଲ୍‌ ବନ୍ଦ କରି ଦେବାକୁ ମଧ୍ୟ ପ୍ରଧାନ ଶିକ୍ଷକ ଜଣକ ଚେତାବତୀ ଦେଇଛନ୍ତି।

ଏହି ଘଟଣାଟି ହେଉଛି ଜଲୌନ ଜିଲ୍ଲାର ନଦିଗାଓଁ ବିକାଶଗଣ୍ଡର ଜୁଗରାଜପୁରସ୍ଥିତ ଜୁଗରାଜପୁର ଗ୍ରାମର। ସ୍କୁଲର ପ୍ରଧାନ ଶିକ୍ଷକ ରାଧାମ‌ୋହନ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ସେହି ଗାଁ‌ର କମଲ ନାମକ ଜ‌ଣେ ଯୁବକ ସେଠାରେ ପହଞ୍ଚି ତାଙ୍କୁ ବାହାରକୁ ଡାକି ବହୁ ଗାଳିଗୁଲଜ କରିବା ସହ ମାରପିଟ ବି କରିଥିଲେ।

କମଲ ରାଧା‌ମୋହନଙ୍କୁ ମାରୁଥିବା ବେଳେ ସ୍ଥାନୀୟ ଲୋକେ ଘଟଣାର ଭିଡ଼ିଓ କରି ତାହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରି ଦେଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe