ଜଲଗାଓଁ ଲଜ୍ଜା: ହଷ୍ଟେଲ୍‌ ଭିତରେ ପଶି ମହିଳାଙ୍କୁ ପୋଷାକ ଖୋଲି ନାଚିବାକୁ ବାଧ୍ୟ କରୁଥିଲେ ପୁଲିସ୍‌ କର୍ମୀ

ଜାତିଗତ ବିଷମତା ବଢାଉଛି କି ମହିଳା ହିଂସା?

India Today

ଜଲଗାଓଁ: ମହାରାଷ୍ଟ୍ରର ଜଲଗାଓଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କିଛି ସ୍ଥାନୀୟ ଲୋକଙ୍କ ସହ ମିଶି କେ‌ତେ ଜଣ ପୁଲିସ୍‌ କର୍ମଚାରୀ ସଂପୃକ୍ତ ଅଞ୍ଚଳର ଏକ ସରକାରୀ ମହିଳା ହଷ୍ଟେଲ୍‌ରେ ପଶି ଅନ୍ତେବାସୀ ଯୁବତୀଙ୍କୁ ପୋଷାକ ଖୋଲି ନୃତ୍ୟ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଜଲଗାଓଁ ସହରର ଆଶାଦୀପ ମହିଳା ହଷ୍ଟେଲ୍‌ରେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି।

ଯେତେବେଳେ ଚିଖଲି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଶ୍ୱେତା ମହଲେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଲେ ସେତେବେଳେ ଯାଇ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ମଙ୍ଗଳବାର ଜଲଗାଓଁର ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଏ ନେଇ ଅଭିଯୋଗ ହୋଇଥିଲା।

ବିଧାୟକ ଶ୍ବେତା ମହଲେ ଏ ପ୍ରସଂଗରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘ପୁଲିସ୍‌ କର୍ମଚାରୀମାନେ ଏପରି ନୀଚ୍ଚ କାମରେ ଲିପ୍ତ ରହୁଥିବା କଥା ପୂରା ରାଜ୍ୟ ପାଇଁ ଏକ ଲଜ୍ଜା ପାଲଟିଛି। ଯେଉଁମାନଙ୍କୁ ମହିଳାଙ୍କୁ ସୁରକ୍ଷା ପାଇଁ ନିଯୁକ୍ତି ଦିଆଯାଇଛି ସେମାନେ ନିଜେ ଜଣେ ଜଣେ ଶିକାରୀ ପାଲଟି ଯାଉଛନ୍ତି। ଏମିତି ଅନେକ ମହିଳା ଥାଇପାରନ୍ତି ଯିଏକି ପୂର୍ବରୁ ଏହି ପରିସ୍ଥିତି ଦେଇ ଗତି କରିଥିବେ। ମୁଁ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।’

ଗୃହମନ୍ତ୍ରୀ ଅନୀଲ ଦେଶମୁଖ୍‌ ମଧ୍ୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମହଲେ ଉଠାଇଥିବା ଏହି ପ୍ରସଂଗ ଉପରେ ଗୃହମନ୍ତ୍ରୀ କହିଛନ୍ତି କି ଏହାର ତଦନ୍ତ ପାଇଁ ଏକ ୪ ଜଣିଆ ଦଳ ଗଠନ କରାଯାଇ ୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe