ଆତ୍ମସମର୍ପଣ କରିଦେ ପୁଅ ! ଏନ୍‌କାଉଣ୍ଟର ପୂର୍ବରୁ ଆତଙ୍କବାଦୀକୁ ଏଭଳି କହି‌ଥିଲେ ତା’ର ମା’

Advertisment
hjdt

ଶ୍ରୀନଗର: 'ଆତ୍ମସମର୍ପଣ କରିଦେ ପୁଅ।' ଏନ୍‌କାଉଣ୍ଟର ପୂର୍ବରୁ ଆତଙ୍କବାଦୀକୁ ଏଭଳି କହି‌ଥିଲେ ତା’ର ମା’। ଆଜି ଅର୍ଥାତ୍ ଗୁରୁବାର ଦିନ ଜମ୍ମୁ ଓ କାଶ୍ମୀରର ଅବନ୍ତିପୋରାର ତ୍ରାଲରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ସୁରକ୍ଷା ବାହିନୀ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଆତଙ୍କୀଙ୍କ ଏନକାଉଣ୍ଟର ପରେ ତ୍ରାଲରେ ଏବେ ବି ଗୁଳିଚାଳନା ଜାରି ରହିଛି। ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଖୋଜୁଛି ସେନା। ଏହି ସମୟରେ, ଏନକାଉଣ୍ଟରରେ ନିହତ ଆମିର ୱାନିର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତା’ ପରିବାର ସହିତ ଭିଡିଓ କଲ୍‌ରେ କଥା ହେଉଥିବା ଦେଖାଯାଇଛି।

ଭାଇରାଲ ହେଉଥିବା ଭିଡିଓରେ, ଆମିର ୱାନିର ମାଆ ତାଙ୍କୁ ଫେରି ଆସିବାକୁ ଅନୁରୋଧ କରୁଥିବାର ଦେଖାଯାଉଛି। ଭିଡିଓ କଲ୍‌ର ସ୍କ୍ରିନ୍‌ ରେକର୍ଡିଂରେ ଦେଖାଯାଇଛି ଯେ, ଆମିର ୱାନିର ମା’ ସ୍ଥାନୀୟ ଭାଷାରେ ତାକୁ ଫେରି ଆସିବାକୁ କହୁଛନ୍ତି।

"ପୁଅ, ଆତ୍ମସମର୍ପଣ କରିଦେ...ମୋ କଥା ମାନେ" ବୋଲି ଆମିର ୱାନିର ମା’ ତାକୁ କହିଥିଲେ। ଏହା ଶୁଣି ସେ କହିଥିଲା, 'ସେନା ଆଗକୁ ଆସୁ, ତା’ ‌ପରେ ଦେଖିବା।' ଏହା ପରେ ସେ ସେନା ଉପରେ ଗୁଳି ବର୍ଷା କରିଥିଲା। ଆମିର ୱାନି ଗୁଳିର ଜବାବ ଭାରତୀୟ ସେନା ଦେବା ପରେ ତା’ର ମୃତ୍ୟୁ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe