ଜାମତରା ଠକ ଗ୍ୟାଙ୍ଗର ଦୁଇ ଗିରଫ, ୧୩ ଆକାଉଣ୍ଟ ଜବତ

ଜାମତରା ଠକ ଗ୍ୟାଙ୍ଗର ଦୁଇ ଗିରଫ, ୧୩ ଆକାଉଣ୍ଟ ଜବତ

ରାଞ୍ଚି: ଝାଡ଼ଖଣ୍ଡ ଜାମତରା ଠାରେ ଥିବା ସାଇବର ଠକ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଝାରସୁଗୁଡ଼ା ପୁଲିସ ଆଜି ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ଝାରସୁଗୁଡ଼ା ଆଦର୍ଶ କଲୋନୀର ସୁନିଲ ସାହୁ(୩୨) ଓ କାଳିମନ୍ଦିରରେ ରହୁଥିବା ସେକ୍ ଅମାଦୁଲ ଓରଫ ସେକ୍ ମସ୍ତାକିନ୍( ୨୮)। ଏହି ଯୁବକମାନେ ଜାମତରା ଠକେଇ ଗ୍ୟାଙ୍ଗ ସହିତ ମିଶି କାର୍ଯ୍ୟ କରୁଥିଲେ।

ଲୋକଙ୍କୁ ବିଭିନ୍ନ ଉପାୟରେ ଏହି  ଗ୍ୟାଙ୍ଗର ସଦସ୍ୟମାନେ ଠକେଇ କରିବା ପରେ ଉପରୋକ୍ତ ଏହି ଦୁଇ ଜଣଙ୍କ ଏକାଉଣ୍ଟରେ ଟଙ୍କା ଜମା କରାଯାଉଥିଲା। ଟଙ୍କା ଜମା କରିବାର କିଛି ମୁହୂର୍ତ୍ତ ମଧ୍ୟରେ ଏକାଉଣ୍ଟରୁ ଏହି ଟଙ୍କା ଜାମତରା ଠକ ଗ୍ୟାଙ୍ଗ ପାଖକୁ ଚାଲି ଯାଉଥିଲା। ଏ ସଂପର୍କରେ ଆଜି ଝାରସୁଗୁଡ଼ା ଏସ୍ପି ବିକାଶ ଚନ୍ଦ୍ର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କିଛି ଦିନ ତଳେ ଝାରସୁଗୁଡ଼ା ପୁଲିସ ଜାମତରା ଠକ ଗ୍ୟାଙ୍ଗକୁ ଧରିଥିବା ବେଳେ ଏହି ଠକ ଗ୍ୟାଙ୍ଗର ମୁଖ୍ୟ ଝାରସୁଗୁଡ଼ା ଠାରେ ଉପରୋକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ସାକ୍ଷାତ କରି ତାଙ୍କୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ କହିଥିଲା। ଆକାଉଣ୍ଟ ଖୋଲିବା ପାଇଁ ଏମାନଙ୍କୁ ୧୦ ହଜାର ଟଙ୍କା ଯୋଗାଇ ଦେଇଥିଲା।

ଏମାନଙ୍କ ନାମରେ ସହରର ୫ ଗୋଟି ବ୍ୟାଙ୍କରେ ୧୩ ଗୋଟି ଆକାଉଣ୍ଟ ଥିବା ପୁଲିସ ଠାବ କରିଛି। ଗିରଫ ବ୍ୟକ୍ତିମାନେ କେବଳ ଆକାଉଣ୍ଟ ଖୋଲି ଥିବା ବେଳେ ଆକାଉଣ୍ଟକୁ ଜାମତରା ଠକ ଗ୍ୟାଙ୍ଗ ପରିଚାଳନା କରୁଥିଲେ। ଏମାନଙ୍କୁ ମୋଟ ଟ୍ରାନଜାକସନ ପ୍ରତି ୮ ପ୍ରତିଶତ କମିଶନ ଆକାରରେ ମିଳୁଥିଲା।  ଝାରସୁଗୁଡ଼ା ଟାଉନ ଥାନା ପକ୍ଷରୁ  ଏଭଳି ସଂଦେହଜନକ ଆକାଉଣ୍ଟ ଉପରେ ବ୍ୟାଙ୍କର ସହଯୋଗରେ କଡ଼ା ନଜର ରଖା ଯାଇଥିଲା। ଆକାଉଣ୍ଟରେ ଟଙ୍କା ପଡ଼ିବା କ୍ଷଣି ଉଠି ଯାଉଥିବାରୁ ଏଭଳି ଆକାଉଣ୍ଟ ଥିବା ଗ୍ରାହକଙ୍କ ଗତିବିଧି ଉପରେ ପୁଲିସ ତଦନ୍ତ କରିଥିଲା। ଏହି ବ୍ୟକ୍ତିମାନଙ୍କ କୌଣସି ବ୍ୟବସାୟ କିମ୍ବା ଆୟ ନଥିବା ବେଳେ ତାଙ୍କ ଆକାଉଣ୍ଟକୁ କିଭଳି ଏତେ ଟଙ୍କା ଆସୁଛି ତାକୁ ନେଇ ପୁଲିସ ଖୋଲତାଡ଼ ପରେ ପ୍ରକୃତ ରହସ୍ୟ ଜଣାପଡ଼ିଥିଲା। ଏହା ଉପରେ ଆହୁରି ତଦନ୍ତ ଚାଲିଥିବା ବେଳେ ଝାରଖଣ୍ଡ ପୁଲିସର ମଧ୍ୟ ସହଯୋଗ ନିଆଯାଇଥିବା ଏସ୍ପି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe