ଟ୍ରେନ ଶୌଚାଳୟ ଚଟାଣରେ ପିଆଜ କାଟି ଚଣାମସଲା ପ୍ରସ୍ତୁତ କରୁଛନ୍ତି ବିକ୍ରେତା

Advertisment

ଯାତ୍ରୀବାହୀ ଟ୍ରେନରେ ଚଢ଼ି ଶୌଚାଳୟ ନିକଟରେ ଥିବା ଚଟଣାରେ ପିଆଜ ଓ କାକୁଡ଼ି କାଟି ଯାତ୍ରୀଙ୍କୁ ବିକ୍ରି ପାଇଁ ଚଣା ମସଲା ପ୍ରସ୍ତୁତ କରୁଛନ୍ତି ବିକ୍ରେତା। ଭିଡିଓ ଭାଇରାଲ ହେବାପରେ କାର୍ଯ୍ୟାନୁଷ୍ଠାନ ଦାବି।

ଯାତ୍ରୀବାହୀ ଟ୍ରେନରେ ଚଢ଼ି ଶୌଚାଳୟ ନିକଟରେ ଥିବା ଚଟଣାରେ ପିଆଜ ଓ କାକୁଡ଼ି କାଟି ଯାତ୍ରୀଙ୍କୁ ବିକ୍ରି ପାଇଁ ଚଣା ମସଲା ପ୍ରସ୍ତୁତ କରୁଛନ୍ତି ବିକ୍ରେତା। ଭିଡିଓ ଭାଇରାଲ ହେବାପରେ କାର୍ଯ୍ୟାନୁଷ୍ଠାନ ଦାବି।

ରା‌େ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲା ପରେ ବାହାରେ ମିଳୁଥିବା ଖାଦ୍ୟ ଖାଇବା ପ୍ରତି ଘୃଣାଭାବ ଆସି ଯାଇଥାଏ।

ନିକଟରେ ଟ୍ରେନରେ ବୁଲିବୁଲି ଚଣାମସଲା ବିକ୍ରି କରୁଥିବା ଜଣେ ବିକାଳିଙ୍କ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛି।

ଭିଡିଓରେ ଏକ ଯାତ୍ରୀବାହୀ ଟ୍ରେନରେ ଜଣେ ଚଣାବିକ୍ରେତା ଚଢ଼ିଛନ୍ତି। ସେ ଯାତ୍ରୀଙ୍କୁ ଚଣାମସଲା ବିକ୍ରି କରିବା ପରେ ଟ୍ରେନର ଶୌଚାଳୟ ବାହାରେ ପଡ଼ିଥିବା ଲୁହାର ଚଟାଣ ଉପରେ ପିଆଜ ଓ କାକୁଡ଼ି ରଖି କାଟୁଥିବା ଦେଖିବାକୁ ମିଳିଛି। 

ତେବେ ଉକ୍ତ ଟ୍ରେନରେ ଯାତ୍ରା କରୁଥିବା କେହି ଯାତ୍ରୀ ଏହି ଘଟଣାକୁ ଦେଖି କ୍ୟାମେରାରେ କୈଦ କରିବା ପରେ ଏହା ସାମ୍ନାକୁ ଆସିଛି।

ଥରେ ଚିନ୍ତା କରନ୍ତୁ ତ... ପ୍ରତିଦିନ ଟ୍ରେନରେ ହଜାରହଜାର ଲୋକ ଯିବା ଆସିବା କରୁଛନ୍ତି। ଆଉ ଟ୍ରେନର ଶୌଚାଳୟ କଥା ତ ନକହିଲେ ଭଲ... ଏଭଳି ସ୍ଥାନରେ ଥିବା ଜୀବାଣୁ ମଣିଷ ଶରୀର ପ୍ରତି କେତେ ଯେ କ୍ଷତିକାରକ ହୋଇପାରିବ ତାହା ଆପଣମାନେ ସମସ୍ତେ ଭଲଭାବେ ବୁଝି ପାରୁଥିବେ। ତେବେ ଟ୍ରେନ ଶୌଚାଳୟ ବାହାରର ଚଟାଣରେ ପିଆଜ ଓ କାକୁଡ଼ି କାଟି ଚଣା ମସଲାରେ ମିଶାଇ ଯାତ୍ରୀଙ୍କୁ ପରଷୁଥିବା ବିକାଳିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe